୯ ଦଫା ଦାବି ନେଇ କଂଗ୍ରେସ୍ ର ସିନାପାଲି ବ୍ଲକ୍ ଘେରାଉ


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ "ବ୍ଲକ୍ ଘେରାଉ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୯ ଦଫା ଦାବି ନେଇ ଖଡିଆଳ ବିଧାୟକ ଆଧିରାଜ ମୋହନ ପାଣିଗ୍ରାହୀ ଙ୍କ ନେତୃତ୍ବ ରେ କାପସି ମାଁ ସମଲେଶ୍ଵରୀ ମନ୍ଦିର ପାଖରୁ ଏକ ବିରାଟ ରେଲି ବାହାରି ପ୍ରତିବାଦ ନାରା ଦେଇ ବ୍ଲକ୍ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ଓ କଂଗ୍ରେସ ନେତା ଉଦବୋଧନ ଦେଇ ବିଜେଡି ସରକାର ବିରୁଦ୍ଧରେ ଜନ ଶୋଷଣ ନୀତି, ଜଣେ ସଚିବ ସରକାର ଚାଲାଉଥିବା ବେଳେ ଗଣତନ୍ତ୍ର ର ପ୍ରତ୍ୟେକ ସମୟରେ ହନନ ହେଉଥିବା ବେଳେ ବିଶେଷ ରୂପେ ଅମଲାତନ୍ତ୍ରର ପ୍ରଭାବ, ପ୍ରତ୍ୟେକ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଆସିବା ବଦଲରେ ବିଜେଡି କର୍ମୀ ଙ୍କୁ ନିୟୋଜିତ କରିବା, ବ୍ଲକ ମାନଙ୍କ ରେ ପିସି କାରବାର ବୃଦ୍ଧି, ଟାଟା ପାୱାର କମ୍ପାନୀ ଅତ୍ୟାଚାର , ଅଞ୍ଚଳ ସମସ୍ୟା ସୁଧାର ଆଣିନଥିବା ବିରୁଦ୍ଧରେ ଗଣ ଧାରଣା ଏବଂ ପ୍ରତିବାଦ ଓ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଘାସିରାମ ମାଝି (ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ), ଶ୍ରୀମତୀ ମୀନା ଘିଭେଲା (ସିନାପାଲି ବ୍ଲକ ଉପାଧ୍ୟକ୍ଷା) ମନୀଷ କୁମାର ପଟେଲ (ସମିତି ସଭ୍ୟ),ଜୟପାଳ ନାଗ( ବ୍ଲକ୍ କଂଗ୍ରେସ କମିଟି ସଭାପତି), ସୁରେନ୍ଦ୍ର ମଙ୍ଗରାଜ(ଯୁବ କଂଗ୍ରେସ ସଭାପତି) ଲିଙ୍ଗରାଜ ଘିଭେଲା(ପୂର୍ବତନ ଜିଲ୍ଲାପରିଷଦ), ଗିରୀରାଜ୍ ମାଝି, ଗୋଦାବରୀଶ ନାଏକ, ଖଗେଶ୍ବର ଶା, ଭିଷ୍ମରାଜ୍ ସୁନାନି(ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ) ଅଫତାଭ ଖାନ,ଲମ୍ବୋଦର ମାଝି ସମେତ ଅଞ୍ଚଳର ଅନେକ କଂଗ୍ରେସ ଦଳର କାର୍ଯ୍ୟ କର୍ତ୍ତା ଏବଂ ଜନ ସାଧାରଣ "ବ୍ଳକ୍ ଘେରାଉ" କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । 

Post a Comment

Previous Post Next Post