ଈଶ୍ବରପୁର ସେବା ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ ପୃଥକ ପୃଥକ ସ୍ଥାନରେ ଚାଷୀଙ୍କ ଧାରଣା

ରାଜନୈତିକ କନ୍ଦଳର ରୂପ ନେଲା ସେବା ସମବାୟ ଦୁର୍ନୀତି



ବାଲେଶ୍ଵର ୨/୮(ଲକ୍ଷ୍ମୀଧର ବାରିକ) ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଈଶ୍ବରପୁର ସେବା ସମବାୟ ସମିତି ରେ ସଭ୍ୟ । ସଭ୍ୟ , ଚାଷୀ ଓ ଗୁଣୀ ମାନଙ୍କ ତରଫରୁ ଗଣ ଧାରଣା ହୋଇଛି । ସମିତି ର ସଭାପତି ଙ୍କ ମନମୁଖୀ କାର୍ଯ୍ୟ , ଦୁର୍ନିତୀ କରିଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି , ସେଲ୍ସ ମ୍ୟାନ ସୁଦାମ ନାୟକ ଙ୍କୁ ପୁନଃ ନିଯୁକ୍ତି , ଧାନ କିଣା ରେ ଦୁର୍ନିତୀ , ଗୋଟିଏ ବର୍ଷରେ ୪ଜଣ ସଂମ୍ପାଦକ ଙ୍କୁ ନିଯୁକ୍ତି ଏବଂ ବହିଷ୍କାର , ଜମି ନଥିବା ଲୋକ ଙ୍କୁ ଚାଷ ଋଣ ପ୍ରଦାନ , ବିନା ରସିଦ୍ ରେ ସୁଧ ହଡପ , ଜମି ନଥାଇ ସ୍ବାମୀ ଓ ସ୍ତ୍ରୀ ଙ୍କୁ ଋଣ ପ୍ରଦାନ , ସମାନ ଜମି ଉପରେ ସଭାପତି ଭାଗବତ୍ ଖିଲାର ଙ୍କ ମୃତ ଭାଇ ସ୍କର୍ଗତ ଦେବୀ ଖିଲାର ରଣ ଖିଲାପି ଥାଇ ଉକ୍ତ ଜମି ଉପରେ ସଭାପତି ନିଜେ ଋଣନେବା ଏବଂ ସେହି ପରିପ୍ରେକ୍ଷୀରେ ଜଣେ ମୃତ ଚାଷୀ ସ୍ଵର୍ଗତ ରବି ମହାପାତ୍ର ଙ୍କ ସ୍ତ୍ରୀ ମଲ୍ଲୀ ମହାପାତ୍ର ଧମକାଇ ତାଙ୍କ ଠାରୁ ଜୋର ଜବରଦସ୍ଥ ଋଣ ଆଦାୟ କରିବା ଏବଂ ବର୍ତମାନର ସଂମ୍ପାଦକ ଗୌତମ ନାୟକ ଲକ୍ଷାଧିକ ଟଙ୍କା ସମତି ରୁ ହଡପ କରିବା ଘଟଣାର ତଦନ୍ତ ପରେ ପୁନଃ ଟଙ୍କା ସମିତି ରେ ପୈଠ କରି ପୁନଃ ନିଯୁକ୍ତି ପାଇବା ସାଧାରଣ ରେ ଚର୍ଚ୍ଚା ହୋଇଥିବା ବେଳେ ସାଧାରଣ ସଭ୍ୟ ଓ ଋଣୀମାନେ ସମିତିରେ ଋଣ ଲେଣ ଦେଣ କରିବାକୁ ଅସୁରକ୍ଷିତ ମଣିବା ସହ ଭୟଭୀତ ହୋଇଛନ୍ତି । ତେବେ ଏ ନେଇ ନୀଲଗିରି ବିଭାଗୀୟ ଉପ ନିବନ୍ଧକ ଶ୍ରୀ ଲକ୍ଷ୍ମୀଧର ରାଉତ ଅଭିଯୋଗ ପାଇ ନିରପେକ୍ଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ ।ଆଜି ଈଶ୍ବରପୁର ସେବା ସମବାୟ ସମିତି ସମ୍ମୁଖରେ ଶତାଧିକ ରଣୀ ସଭାପତିଙ୍କ ଦୁର୍ନୀତି , ମନମୂଖୀ କାର୍ଯ୍ୟ ଅନିୟମିତତା ବିରୋଦ୍ଧରେ ସ୍ବର ଉତ୍ତୋଳନ କରି ଚାଷୀ ମଂଚ ର ଅନୋଜ ନାୟକ , ମାନସ ପାତ୍ର , ଶଚିନ୍ଦ୍ର ସାହୁ , ଦିବାକର ବିଶ୍ବାଳ , ରମାକାନ୍ତ ସାହୁ ,ଗୌରାଙ୍ଗ ପରିଡା , ପର୍ଶୁରାମ ପଲ୍ଲେଇ, ଅନ୍ନପୂର୍ଣ୍ଣା ବେହେରା , ରାଜେନ୍ଦ୍ର ନାୟକ , ଜନାର୍ଦ୍ଦନ ପାତ୍ର , ରଞ୍ଜନ ରାଉତ ,ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ । ଧାରଣାରେ ବସିଥିବା ବେଳେ ଧାରଣାକାରୀଙ୍କୁ ନୀଳଗିରି କଂଗ୍ରେସର ପୂର୍ବତ୍ତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ତରଫରୁ ତଦନ୍ତ ହେଲେ ସତ୍ୟାସତ୍ୟ ଲୋକଲୋଚନ ଆସିବ ବୋଲି କହିଥିଲେ। ଅନୁରୂପ ଭାବେ ସମିତିର ସଭାପତି ଭାଗବତ ଖିଲାରଙ୍କ ତତ୍ତ୍ବବଧାନରେ ଇଶ୍ବରପୁର ସେବା ସମବାୟ ସମିତିର ପରିଚାଳନା ପରିଷଦକୁ ଧମକ ପୂର୍ଣ୍ଣ ଚିଠି ବିରୋଦ୍ଧରେ ୬ ଦଫା ଦାବି ନେଇ ନୀଳଗିରି ସମିତି ସମୂହର ,ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ନେତା ଉତ୍ତମ ନାୟକ,ଶ୍ରମିକ ନେତା ଅରୁଣ ଜେନା ,ଭାଗିରଥୀ ବେହେରା ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ମନୋରଞ୍ଜନ ବେହେରା,ସୁକାନ୍ତ ନାୟକ,ମୂଷା ପରିଡା ସମେତ ବହୁ ଚାଷୀମାନଙ୍କୁ ଧରି ଧାରଣାରେ ବସିଥିଲେ। ଯାହାକୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ସମର୍ଥନ ଜଣାଇବା ସହିତ ଏଆରସିଏସ ଆପୋସ ବୁଝାମଣା ନକରି ଉତିକ୍ଷିପ୍ତ ମୂଳକ ଚିଠି କରିଛନ୍ତି ବୋଲି କହିଥିଲେ।ସେବା ସମବାୟରୁ ଏବେ ଏହା ରାଜନୈତିକ ଛକାପଞ୍ଝାର ରୂପ ନେଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୋଇଛି।

Post a Comment

Previous Post Next Post