ବାଲେଶ୍ଵର,୨/୮ (ଲକ୍ଷ୍ମୀଧର ବାରିକ) ନୀଳଗିରି ନିର୍ବାଚନ ମଣ୍ଡଳୀର ନୀଳଗିରି , ଔପଦା ଏବଂ ବାହାନଗା ପ୍ରମୁଖ ୩ ଗୋଟି ବ୍ଲକର ସମସ୍ତ ହାଇସ୍କୁଲ ଶିକ୍ଷକ ମାନଙ୍କୁ ନେଇ ପ୍ରଶିକ୍ଷଣ ଭିତ୍ତିକ ଏଲଏପି -ଉତ୍କର୍ଷ -୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଶିକ୍ଷକ ମାନେ କିଭଳି ଭାବେ ଉତ୍ତମ ମାନର ଶିକ୍ଷାଦାନ କରିପାରିବେ ସେଇଥି ପାଇଁ, ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅନୁଷ୍ଠିତ ହେଉଛି।ଆଜି ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶରେ ନୀଳଗିରି ନିର୍ବାଚନ ମଣ୍ଡଳୀର ନୀଳଗିରି , ଔପଦା ଏବଂ ବାହାନଗା ,୩ ଗୋଟି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଆଜି ନୀଳଗିରିର ବହୁପୂରାତନ ଶିକ୍ଷାନୁଷ୍ଠାନ କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଉକ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ ଗୋଟି ବ୍ଲକ ର ୧୭ ଗୋଟି ଉଚ୍ଚ ବିଦ୍ୟାଳୟର ୩୮ଜଣ ପ୍ରଧାନ ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ୫୭ ଜଣ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ,ସର୍ବମୋଟ ୯୫ଜଣ ଯୋଗଦାନ କରି ଶିକ୍ଷା ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଥିଲା । ବିଶେଷ କରି ଶିକ୍ଷା ଗ୍ରହଣ କ୍ଷେତ୍ରରେ ଦୁର୍ବଳ ଥିବା ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ସ୍ତରକୁ ଉପଲବ୍ଧି କରିବାପାଇଁ ବା ଶିକ୍ଷା ଗ୍ରହଣର ମାନ ବଢ଼ାଇବା ପାଇଁ ଉକ୍ତ ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ । ଆଜି ଏଥିରେ ଇଂଗ୍ରାଜୀ , ଓଡ଼ିଆ , ଗଣିତ ଓ ବିଜ୍ଞାନ ପ୍ରମୁଖ ୪ଗୋଟି ବିଷୟ କୁ ନେଇ ତାଲିମ ପ୍ରଦାନ କରାଯାଇଥିବା ବେଳେ ପୁର୍ବାହ୍ନ ୧୦.୩୦ରୁ ଆରମ୍ଭ ହୋଇ ଉକ୍ତ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମେ ଏକ ସଭାକାର୍ଯ୍ୟ ଆଯୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ । ଏବିଇଓ ଶ୍ରୀମତୀ ଶାନ୍ତିଲତା ମହାନ୍ତି ମଞ୍ଚାସୀନ ଥାଇ ଶିକ୍ଷାଦାନ ସମ୍ପର୍କିତ ଉପାଦେୟ ଦିଗ ପ୍ରତି ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମତବ୍ୟକ୍ତ କରିଥିଲେ । ୬ଜଣ ଶିକ୍ଷକ ଗବେଷକ( ଆର୍ପି )ମାନଙ୍କ ମଧ୍ୟରୁ ଚିତ୍ତରଞ୍ଜନ କର ଏବଂ ଦିଲ୍ଲୀପ ବେହେରା ଶିକ୍ଷାଦାନରେ ଶିକ୍ଷକଙ୍କ ଭୂମିକା ଏବଂ ଉତ୍ତମ ଶିକ୍ଷାଦାନର କୌଶଳ ମାର୍ଗଦର୍ଶିତା କରାଇଥିଲେ |କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
ହାଇସ୍କୁଲ ଶିକ୍ଷକ ମାନଙ୍କୁ ନେଇ ପ୍ରଶିକ୍ଷଣ ଭିତ୍ତିକ ଏଲଏପି- ଉତ୍କର୍ଷ -୨୦୨୩-୨୪ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment