ଦାବ୍ରି ଗାଁରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଦାବୀ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଦାବ୍ରୀ ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଜାଗା ଚିହ୍ନଟ ପାଇଁ ଦାବୀ ମାଁ ଦୁଆର୍ଶନି ୟୁଥ କ୍ଲବ ର କିମ୍ବା ଗ୍ରାମର କୌଣସି ବୈଠକ ପାଇଁ କୌଣସି ସରକାରି ସଭା ଗୃହ ବା କମ୍ୟୁନିଟି ସେଣ୍ଟର ଟିଏ ନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଗାଁ ଦାଣ୍ଡରେ ସଭା ସମିତି ବୈଠକ କରିବା ପାଇଁ ବାଧ୍ୟ ହେଉଛନ୍ତି। ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ ଅଧିନରେ ଥିବା ଦାବ୍ରୀ ଗ୍ରାମ ଠାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଜାଗା ଚିହ୍ନଟ କରି ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ବିଡ଼ିଓ ଙ୍କୁ ମାଁ ଦୁଆର୍ଶନି ୟୁଥ କ୍ଲବ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ଦେବା ସମୟ ରେ ଦୁଆରଶନି ୟୁଥ କ୍ଳବ ସଭାପତି ରାଜୁ ଛତ୍ରିଆ , ସମ୍ପାଦକ ନନ୍ଦୀ କିଶୋର ଚନ୍ଦନ , ସଦସ୍ୟ ଦୁଃଖନାଶନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


Post a Comment

Previous Post Next Post