ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ଖୁସିର ଉତ୍ସବ ମନାଇଲା କଂଗ୍ରେସ


ବାଲେଶ୍ବର,୪/୮(ଲକ୍ଷ୍ମୀଧର ବାରିକ) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଆଶ୍ବସ୍ତି ଦେଇଛନ୍ତି। ଆଜି ସୁପ୍ରିମକୋର୍ଟ ରାହୁଲଙ୍କ ଆବେଦନର ଶୁଣାଣି କରି ଗୁଜୁରାଟର ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ଫଳରେ ସମଗ୍ର ଦେଶରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଉତ୍ସବ ମନାଇଛନ୍ତି। ଏହି ଅବସରରେ ବାଲେଶ୍ବର କଂଗ୍ରେସ କମିଟି ସଭାପତି ସଂଜୀବ ଗିରିଙ୍କ ନେତୃତ୍ବରେ ସିନେମା ଛକରେ ଦଳର କର୍ମୀମାନେ ଦଳୀୟ ପତାକା ଧରି ବିଜୟ ଉତ୍ସବ ମନାଇଥିଲେ। ବାଣ ଫୁଟାଇ ମିଷ୍ଟାନ୍ନ ବଂଟନ କରିଥିଲେ। ଏହା ସହିତ ସୁପ୍ରିମକୋର୍ଟ ଗଣତନ୍ତ୍ରକୁ ଆଜି ସୁରକ୍ଷିତ ରଖିଲାଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ସଭାପତି ଶ୍ରୀ ଗିରି କହିଛନ୍ତି। ଆଜିର ନିଷ୍ପତ୍ତିକୁ ସେ ‘ସତ୍ୟମେବ ଜୟତେ’ ବୋଲି ଦର୍ଶାଇ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଲୋକସଭାରେ ଅଦାନୀ ଗ୍ରୁପର ୩୩ ହଜାର କୋଟି ଟଙ୍କାର ଘୋଟାଲା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କଠାରୁ ଉତ୍ତର ମାଗିବାରୁ ତାଙ୍କୁ ଏକ ମାମଲାରେ ଛନ୍ଦି ଦେଇ ଦୁଇବର୍ଷ ପାଇଁ ଦଣ୍ତ ବିଧାନ କରିଥିଲେ ଗୁଜୁରାଟର ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଦଣ୍ତକୁ କାଏମ ରଖିଥିଲେ। ଫଳରେ ତାଙ୍କର ସଭ୍ୟ ପଦ ୬ ଘଣ୍ଟା ମଧ୍ୟରେ ରଦ୍ଦ କରଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦିକା ଅର୍ଚ୍ଚନା ନନ୍ଦୀ, କଂଗ୍ରେସ ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, ରାଜ୍ୟ କିଷାନ୍‌ ସେଲ୍ ସାଧାରଣ ସଂପାଦକ ଅରୁଣ ଜେନା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଯୁବକଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ ଦାସ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ସଭାପତି ଅସଗର ଅଲ୍ଲି, ଯୁବନେତା ସରୋଜ ଲେଙ୍କା, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଦେଵଦତ୍ତ ଦାସ ଓ ତୁଷାରକାନ୍ତି ତପସି, ବିଜୟ ମାଝୀ, ଉତ୍ତମ ପ୍ରଧାନ, ବିଦୁକାନ୍ତ ପ୍ରଧାନ, ସେଖ ଜାହିରୁଦ୍ଦିନ୍, ସେଖ୍ ଅସଗର, ସେଖ ସରିପୁଲ, ପ୍ରଫୁଲ୍ଲ ବେହେରା, ଜ୍ୟେତ୍ସ୍ନା ସେନାପତି, ଜୟନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post