ବାଲେଶ୍ବର,୧୪/୮(ଲକ୍ଷ୍ମୀଧର ବାରିକ): ଜନ୍ମଦିନ ହେଉ ଅବା ବିବାହ ବାର୍ଷିକୀ ସମସ୍ତେ ଏହି ଶୁଭଦିନରେ ମନ୍ଦିରରେ ପୂଜାପୋଟଳ କରି ଓ କେକ୍ କାଟି ଏହି ଦିନକୁ ପାଳନ କରନ୍ତି। ମାତ୍ର ସମାଜକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜଣେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଥମେ ବୃକ୍ଷରୋପଣ ଓ ପରେ ରକ୍ତଦାନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳିବା ଘଟଣା ବେଶ୍ ପ୍ରଶଂସନୀୟ ହୋଇପାରିଛି।ବିଜୁ ଜନତା ଦଳ ବାଲେଶ୍ବର ଶାଖାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ୫୨ ତମ ଜନ୍ମ ଦିବସ ଅବସରରେ ଦଳୀୟ କର୍ମୀଙ୍କ ନେତୃତ୍ବରେ ସଦରବ୍ଲକ ଅନ୍ତର୍ଗତ ରୁପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ ସହ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଭାରପ୍ରାପ୍ତ ଡ଼ା. ବିନୟ କୁମାର ଦାସ ମହାପାତ୍ରଙ୍କ ସଂଯୋଜନାରେ ହସ୍ପିଟାଲ୍ ପରିସରରେ ବୃକ୍ଷରୋପଣ କରାଯାଇଥିଲା।ପରେ ବିଭିନ୍ନ ପଞ୍ଚାୟତରୁ ରକ୍ତଦାତା ମାନେ ଆସି ସ୍ବେଚ୍ଛାକୃତ ଭାବେ ରକ୍ତ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଞ୍ଜୟ କମାର ସେଠୀ, କସିପଦା ସରପଞ୍ଚ ଗଙ୍ଗାମଣି ବେହେରା,ସମିତିସଭ୍ୟା ଭଗବତୀ ପଣ୍ଡା,ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତୀ ପଟ୍ଟନାୟକ, ଆଙ୍କ ପଂଚାୟତ ସଭାପତି ସନ୍ତୋଷ ପରିଡା, ସିନ୍ଧିଆ ସରପଞ୍ଚ ଅନିରୁଦ୍ଧ ପ୍ରଧାନ,ଶକ୍ତିପଦ ରାୟ,ଜୀବନ ମଲ୍ଲିକ, ଶରତ ବେହେରା,ଜଗଦୀଶ ବେହେରା, ବଂଶୀଧର ପଣ୍ଡା, ହରି ପାଣିଙ୍କ ସମେତ ବିଭିନ୍ନ ପଂଚାୟତରୁ ଆସିଥିବା ଯୁବଗୋଷ୍ଠୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଶ୍ରୀ ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ।ଅଧ୍ୟକ୍ଷଙ୍କ ଜନ୍ମଦିନ ଅବସରରେ କର୍ମୀଙ୍କ ଏଭଳି ନିରାଡାମ୍ବର ଆୟୋଜନକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଥିଲେ।ଶିବିରରୁ ମୋଟ ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଶ୍ରୀ ପ୍ରଧାନ ନିଜେ ମଧ୍ୟ ରକ୍ତଦାନ କରି ଏହାକୁ ୭୩ ୟୁନିଟକୁ ପହଞ୍ଚାଇଥିଲେ।

Post a Comment