ଦାସ କାଠିଆ ମାଧ୍ୟମରେ କୁପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ବୋୖଦ୍ଧ ୧୪/୮ (ହୃଦାନନ୍ଦ ମେହେର) ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୁନ୍ଦୁଲିଆ ସେକ୍ଟର ସୁପରଭାଇଜର ଶେଫାଳୀ ପାତ୍ର ଙ୍କ ଅଧ୍ୟକ୍ଷତାରେ ଗୁନ୍ଦୁଲିଆ ଓ ଗୁଛାପଡ଼ା ଗ୍ରାମ ପଞ୍ଚାୟତର ୨୫ ଟି ସେଣ୍ଟରର ଅଙ୍ଗନୱାଡ଼ି ୱାର୍କର ଓ ମା ମାନଙ୍କୁ ନେଇ ପୋଷଣ ସଚେତନତା କାର୍ଯ୍ୟକ୍ରମ ଗୁନ୍ଦୁଲିଆ ଅଙ୍ଗନୱାଡ଼ି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଅନୁଷୟା ମହା କୁଳ, ସବିତା ପ୍ରଧାନ, କୌଶଲ୍ୟା ମେହେର ସମେତ ସମସ୍ତ ସେଣ୍ଟର ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁନ୍ଦୁଲିଆ ଅଞ୍ଚଳର ମହିଳା, ବୃଦ୍ଧ, ବୃଦ୍ଧା ,ଶିଶୁ ,କିଶୋରୀ, ବାଳକ, ବାଳିକା ଯୋଗ ଦେଇଥିଲେ । ଶିଶୁର ଖାଦ୍ଯ , ଯତ୍ନ ଯଥା ଜନ୍ମ ପରେ କଷ କ୍ଷୀର ଠାରୁ ଆରମ୍ଭ କରି ଶିଶୁ ଜନ୍ମ ର ୨ବର୍ଷ ପର୍ଯ୍ୟନ୍ତ ଯାହା କିଛି ଦରକାର ଦାସକାଠିଆ ମାଧ୍ଯମରେ ଲୋକମାନଙ୍କୁ ସଚେତନ କରାଯାଇ ଥିଲା । ପୋଷଣ କଣ,କାହାକୁ କୁହାଯାଏ , ଅଭାବରେ କଣ ହୁଏ, ପୋଷଣ କେତେ ପ୍ରକାର,ସ୍ୱଚ୍ଛଭାରତ ଉପରେ ମଧ୍ଯ ଲୋକମାନଙ୍କୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post