ଉପଖଣ୍ଡ ଚିକିତ୍ସାଳୟ ଅବ୍ୟବସ୍ଥା ନେଇ ସିପିଆଇ(ଏମ) ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

୧୦ ଦିନରେ ଦାବି ପୂରଣ ନହେଲେ ୧୪ ରୁ ଅନିର୍ଦ୍ଧିଷ୍ଟ କାଳ ଧାରଣା

ବାଲେଶ୍ଵର,୩/୮(ଲକ୍ଷ୍ମୀଧର ବାରିକ): ନୀଳଗିରି ସି.ପି.ଆଇ. ( ଏମ୍ ) ନୀଳଗିରି ଅଂଚଳିକ କମିଟି ତରଫରୁ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଚରମ ଅବ୍ୟବସ୍ଥା,ସ୍ଵାସ୍ଥ୍ୟ ସେବାର ଅଧୋଗତିର ପ୍ରତିକାର ପାଇଁ ପ୍ରଶାସନ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସହିତ ଜିଲ୍ଲା ଚିକିତ୍ସାଧକାରିଙ୍କ ପକ୍ଷରୁ ପଦତ୍ବ ପ୍ରତିଶୃତି ଦେଇଥିଲେ ସୁଦ୍ଧା ତାହ ଏ ପର୍ଯ୍ୟନ୍ତ ପୁରଣ ହୋଇନଥିବା କାରଣରୁ ଆଜି ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାୟୀ ଅଧିକ୍ଷକଙ୍କ ପଦବୀ ପୂରଣ,ସମସ୍ତ ଡାକ୍ତରଙ୍କ ପଦବୀ ପୂରଣ,ଡାକ୍ତରମାନେ କ୍ବର୍ଟରରେ ରହିବା ପାଇଁ ବ୍ୟବସ୍ଥା,ଦନ୍ତ ଓ ଚକ୍ଷୁ ବିଭାଗରେ ଚିକିତ୍ସକଙ୍କ ନିଯୁକ୍ତି,ଜୁନିୟର ମେଟ୍ରେନ ଓ ନର୍ସିଂ ପଦବୀ ପୂରଣ,ରକ୍ତଭଣ୍ଡାର ସମ୍ମିଳନୀ କକ୍ଷରେ ଶୌଚାଳୟର ବ୍ୟବସ୍ଥା,ରୋଗୀଙ୍କ ପାଇଁ ଶଯ୍ୟା ବଢାଯିବା,ଡାକ୍ତରଖାନା ପରିସରରେ ଏକ ଅସ୍ଥାୟୀ ବିଟ ହାଉସ ନିର୍ମାଣ ଭଳି ୧୧ ଗୋଟି ଦାବୀ ମଞ୍ଜୁର ପାଇଁ ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କୁ ଦାବିପତ୍ର ଦେଇଛନ୍ତି ସିପିଆଇଏମ ଦଳର ସଦସ୍ୟମାନେ।ଯଦି ଏହି ଦାବି ଗୁଡିକ ୧୦ ଦିନ ମଧ୍ୟରେ ପୂରଣ ନହୁଏ ତେବେ ୧୪ ତାରିଖରେ ଡାକ୍ତରଖାନା ପରିସରରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସିପିଆଇ (ଏମ) ଦଳର କର୍ମୀମାନେ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post