ବୁଡ଼ିଲା ଘର ରାଜ ରାସ୍ତାରେ ତମ୍ବୁ ତଳେ ପରିବାର


ବାଲେଶ୍ଵର,୩/୮(ଲକ୍ଷ୍ମୀଧର ବାରିକ) ବାହାନଗା ବ୍ଲକ ପଣପଣା ପଂଚାୟତ ବେଗୁନିଆ ଗ୍ରାମରେ ପାଣି ପଶି ଯିବାରୁ ପରିବାର ସଦସ୍ୟ ରାଜରାସ୍ତା କଡ଼ରେ ଅସ୍ଥାୟୀ ତମ୍ବୁ ତଳେ ରହି ଥିବା ଜଣା ପଡ଼ିଛି । ଗ୍ରାମର ଦଶରଥ ସିଂ,ଗଣେଷ ସିଂ, ଦିବାକର ସିଂ, କନେଇ ସିଂ,ବାଞ୍ଛା ସିଂ, ସମା ସିଂ, ବାଇଧର ବିନ୍ଧାଣୀଙ୍କ ସହ ମୋଟ ୧୫ଟି ଆଦିବାସୀ ପରିବାର ପାଣି ଘେରରେ ଥିବା ବେଳେ କିଛି ପରିବାର ଅସ୍ଥାୟୀ ତମ୍ବୁ ପକାଇ ୧୬ନମ୍ବର ଜାତୀୟ କଡ଼ରେ ରହି ଥିବାର ଦେଖି ବାକୁ ମିଳିଛି । ସ୍ଥାନୀୟ ତହସିଲଦାର ସେଠାରେ ପହଞ୍ଚି ଥିବା ବେଳେ ଜାତୀୟ ରାଜପଥ କାର୍ଯ୍ୟ ଯୋଗୁଁ ପାଣି ନିଷ୍କାସନ ହୋଇ ପାରୁ ନଥିବା ଜଣା ପଡ଼ିଛି। ତେବେ ଗ୍ରାମବାସୀ ମାନେ ପ୍ରଶାସନକୁ ସହାୟତା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

Post a Comment

Previous Post Next Post