ଜଳେଶ୍ୱର ପୈାରପାଳିକାରେ ସ୍ୱାୟତ ଶାସନ ଦିବସ ପାଳିତ


ଜଳେଶ୍ୱର, ୩୧ ।୦୮(ଜଗନ୍ନାଥ ଗୋଛାୟତ) ଅଗଷ୍ଟ ୩୧ ପବିତ୍ର ସ୍ୱାୟତ ଶାସନ ଦିବସ ଜଳେଶ୍ୱର ପୈାରପାଳିକା ପକ୍ଷରୁ ସ୍ଥାନୀୟ ମୂରଲୀ କଲ୍ୟାଣମଣ୍ଡପ ପରିସରରେ ମହାସମାରୋହରେ ପାଳନ କରିଛି । ଜଳେଶ୍ୱର ସହର ୧୭ଗୋଟି ରାଜସ୍ୱ ଗ୍ରାମକୁ ନେଇ ୧୯୬୪ ମସିହାରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଦ୍ୱାରା ଏନ.ଏ.ସି ଭାବେ ମାନ୍ୟତା ଲାଭ କରିଥିବା ବେଳେ ୧୯୧୪ ମସିହାରେ ପୈାର ପରିଷଦ ଭାବେ ମାନ୍ୟତା ଲାଭ କରିଥିଲା । ଚଳିତ ବର୍ଷ ସ୍ୱାୟତ ଶାସନ ଦିବସ ପାଳନ କରିବା ଅବସରରେ ସକାଳ ୫ଟାରେ ରାମଧୂନ ସାରା ସହର ମଧ୍ୟରେ ଗାନ କରାଯାଇଥିଲା । ସକାଳ ୮ଟାରେ ଜାତୀୟ ପତାକା ପୈାରପାଳିକା ପରିସରରେ ଉତୋଳନ କରାଯିବା ସହିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପୈାର ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପାରିଷଦ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଜି.କେ. ଭଟ୍ଟର ହସପିଟାଲର ରୋଗୀ ମାନଙ୍କ ମଧ୍ୟରେ ଏବଂ ଭିନ୍ନକ୍ଷମ ବିଦ୍ୟାଳୟ ଓ ଗାନ୍ଧି ସେବାଶ୍ରମର ପିଲା ମାନଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା । ଦିବା ୧୦ଘଟିକା ସମୟରେ ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଅଶ୍ୱିନୀ କୁମାର ପାତ୍ର ମାନ୍ୟବର ଓଡିଶା ରାଜ୍ୟମନ୍ତ୍ରୀ, ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ, ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନେ୍ଧ ପ୍ରମୁଖ ଯୋଗଦେଇ ଜଳେଶ୍ୱର ପୈାର ପରିଷଦ ଦ୍ୱାରା ଜଳେଶ୍ୱର ସହରରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ବକ୍ତବ୍ୟ ଦେବା ସହିତ ଆଗାମୀ ସମୟରେ ସହରର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟର ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପୈାରାଧ୍ୟକ୍ଷ ଜଳେଶ୍ୱର ସହରର ଉନ୍ନତି ପାଇଁ ସହରବାସୀଙ୍କ ସହଭାଗିତା ଓ ସହଯୋଗ କାମନା କରିଥିଲେ । ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ପୈାର ପରିଷଦର ବାର୍ଷିକ ବିବରଣୀ ପାଠ କରିବା ସହିତ ସହରବାସୀଙ୍କ ସହଯୋଗ ଦ୍ୱାରା ସହରର ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ପୈାର ଉପାଧ୍ୟକ୍ଷା ପୁଷ୍ପପ୍ରୀୟା କାମିଳା ଧ୍ୟନ୍ୟବାଦ ଅର୍ପଣ କରିଥିଲେ । ଏହି ଉସôବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନାଙ୍କ ସହିତ ସମସ୍ତ କାଉନସିଲର ତଥା ବହୁ ପୂର୍ବତନ ପୈାରାଧ୍ୟକ୍ଷ ଓ ବିଷିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ପୈାର ପରିଷଦ ଦ୍ୱାରା ବିଭିନ୍ନ ବିଦ୍ୟାଳୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତୀ, ଚଳିତ ମେଡିକାଲ ପଢିବା ପାଇଁ ଯୋଗ୍ୟ ବିବେଚିତ ୨ଜଣ ଛାତ୍ର ଓ ଜଣେ ଛାତ୍ରୀ, ଫାର୍ମଶିଷ୍ଟ ସଚିନ୍ଦ୍ର ପାଢୀ ଓ ରକ୍ତ ଭଣ୍ଡାରର କର୍ମଚାରୀ ଦେବାଶିଷ ଦତ, ହସପିଟାଲ କର୍ମଚାରୀ, ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ ମାନଙ୍କୁ ତାଙ୍କର ସେବା କାର୍ଯ୍ୟପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

Post a Comment

Previous Post Next Post