ଭାରତବର୍ଷର ୧୩୦୯ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ ଲାଗି ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ବୋଲି ଖଡଗପୁର ଡିଆର୍ଏମ୍ ଏ.କେ ଚୌଧୁରୀ ଆଜି ଏଠାରେ କହିଛନ୍ତି । ଓଡିଶାରୁ ୫୭ଟି ରେଳ ଷ୍ଟେସନ ଏଥିରେ ସ୍ଥାନୀତ ହୋଇଥିବା ବେଳେ ବାଲେଶ୍ୱର ଜିଲାରୁ ଜଳେଶ୍ୱର ସ୍ଥାନୀତ ହେବ ବୋଲି ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ କହିଛନ୍ତି । ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀଠାରେ ଏହି ସବୁ ଷ୍ଟେସନର କାର୍ଯ୍ୟଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ କରିବେ ବୋଲି ପ୍ରକାଶିତ ବିଜ୍ଞାପନରୁ ଜଣାଯାଇଛି । ଏଥିପାଇଁ ଆଜି ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ଯୋରସୁରରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ସହର ମଧ୍ୟରେ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୧ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବକ୍ତୃତା, ପ୍ରବନ୍ଧ ଲିଖନ ଓ ଡ୍ରଇଂ ପ୍ରତିଯୋଗିତା ହେବ ବୋଲି ରେଳବାୟୀ ପକ୍ଷରୁ ସୂଚନା ଦିଆଯାଇଛି । ଭିତ୍ତିପ୍ରସ୍ତର ସ୍ଥାପନ ପରେ ଆୟୋଜିତ କାର୍ଯ୍ୟକ୍ରମରେ ଖଡଗପୁର ଡିଭିଜନର ବରିଷ୍ଠ ରେଳ କର୍ମକର୍ତ୍ତା, ସିପିଏମ୍, ସାଂସଦ, ବିଧାୟକ ତଥା ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ ଓ ପୌରଅଧ୍ୟକ୍ଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଉକ୍ତଦିନ ଖଡଗପୁର ଡିଭିଜନ ଅଧିନରେ ଥିବା ଜଳେଶ୍ୱର, ବାରିପଦା, ଘାଟଶିଳା ରେଳ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ରେଳବାୟୀ ସୂତ୍ରରୁ ପ୍ରକାଶ ।
ଜଳେଶ୍ୱର ୩/୮:(ଜଗନ୍ନାଥ ଗୋଛାୟତ) ସମଗ୍ର ଦେଶରେ ସ୍ୱାଧିନତାର ୭୫ବର୍ଷ ଆଜାଦି ଅମୃତ ଭାରତ ଷ୍ଟେସନ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ସମଗ୍ର ଦେଶରୁ ୧୩୦୯ଟି ରେଳ ଷ୍ଟେସନକୁ ଅର୍ନ୍ତଭୁକ୍ତ କରାଯାଇଥିଲା ବେଳେ ଓଡିଶାରୁ ୫୭ଟି ସ୍ଥାନ ପାଇଛି । ସେଥିମଧ୍ୟରୁ ବାଲେଶ୍ୱର ଜିଲାର ବାଲେଶ୍ୱର ଷ୍ଟେସନ ସହିତ କେବଳ ଜଳେଶ୍ୱର ରେଳ ଷ୍ଟେସନ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାଯାଇଛି । ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ କରିବେ ବୋଲି ଜଣାଯାଇଛି । ଉକ୍ତଦିନ ବିବିଧ କାର୍ଯ୍ୟକ୍ରମ ସହିତ ପ୍ରାୟ ୧ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ହେବାକୁ ଯାଉଥିବା ଜଣାଯାଇଛି ।
Post a Comment