ଜଳେଶ୍ୱର ୩/୮:(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ପଂଚାୟତର ବାଣିଦା ଗ୍ରାମ୍ୟ ମୁଖ୍ୟ ରାସ୍ତା ୬ମାସ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ଥରିଆଭାବେ ପଡି ରହିଛି । ଲଗାଣ ବର୍ଷା ଯୋଗୁଁ ଅସ୍ଥା୍ରୟୀ ପୋଲ ଭାଂଗିଯିବାରୁ ଯାତାୟାତ ଠପ୍ ହୋଇଛି । ଫଳରେ ରୋଗୀ, ସ୍କୁଲ ପିଲା, ଗୃହପାଳିକ ପଶୁ ଏପରିକି ବଜାରହାଟକୁ ଯାତାୟାତ ବ୍ୟାହତ ହୋଇଛି । ଆଜି ପୋଲକାର୍ଯ୍ୟ କରୁଥିବା ଠିକାଦାର ନିର୍ମାଣରେ ବ୍ୟବହୃତ ସରଞ୍ଜାମ ଅନ୍ୟତ୍ର ନେଉଥିବା ଦେଖି ଗ୍ରାମବାସୀ ସନେ୍ଦହ ପ୍ରକଟ କରିଥିଲେ । ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଠିକାଦାରଙ୍କୁ ଛାଡିନଦେବାଲାଗି ଧାରଣାରେ ବସିଥିଲେ । ଆସନ୍ତା ଦିନରେ କାର୍ଯ୍ୟ ଶେଷ କରିବେ ବୋଲି ଠିକାଦାରଙ୍କ ପକ୍ଷରୁ ପ୍ରତିଶୃତି ଦେବାପରେ ସୁଗୋ ଉନ୍ନୟନ କମିଟି ଓ ସୁରକ୍ଷା ମଂଚ ପକ୍ଷରୁ ତୀବ୍ର ପ୍ରତିକ୍ରି୍ରା ପ୍ରକାଶ କରାଯାଇଛି । ଏଥିରେ ପଲ୍ଟୁ ଦାସ, ତନୁଜ ମହାନ୍ତି, ପ୍ରଦୀପ ମହାନ୍ତି, ବିରେନ୍ଦ୍ର ପଣ୍ଡା, ବାଂଛାନିଧି ମହାନ୍ତି, ବିମଳ ଦାସ, ଗୌରୀକାନ୍ତ ମହାନ୍ତି, ଜୀବନ ବାରିକ, ଜଗନ୍ନାଥ ବାରିକ, ବିଦ୍ୟାଧର ପାତ୍ର, କୁନା ଟୁଡୁ, ବଂଶିଧର ମହାନ୍ତି ଓ ଚନ୍ଦ୍ର ମହାନ୍ତି ପ୍ରମୁଖ ଏହି ଧାରଣାରେ ବସିଥିଲେ ।
ବାଣିଦା ଆର୍ଡି ରାସ୍ତା ଓ ପୋଲ କାର୍ଯ୍ୟ ଅଧାପନ୍ଥରିଆ : ଗ୍ରାମବାସୀଙ୍କ ସହିତ ସ୍କୁଲ ପିଲା ବସିଲେ ଧାରଣାରେ
ଆଜତକ ଓଡ଼ିଶା
0
Post a Comment