୭୭ତମ ସ୍ବାଧନତା ଦିବସ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ରେ ପାଳିତ ଜାତୀୟ ପତାକା ଉତ୍ତୋଳନ କଲେ ସରପଞ୍ଚ ଶ୍ରୀମତୀ କବିତା ଜେନ୍


କଲମପୁର : ୧୫/୦୮ (ଶରତ ଚନ୍ଦ୍ର ସୁନାନୀ) ଅଗଷ୍ଟ ୧୫ ତାରିଖ ଦେଶର ୭୭ ତମ ସ୍ବାଧନତା ଦିବସ ଦେଶସାରା ସୃଷ୍ଟି ହୋଇଛି ଉତ୍ସବ ମହୋଲ।ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ କଲମପୁର ବ୍ଲକ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ରେ ଆୟୋଜିତ ୭୭ ତମ ସ୍ବାଧନତା ଦିବସରେ ସରପଞ୍ଚ ଶ୍ରୀମତୀ କବିତା ଜେନ ପତାକା ଉତ୍ତୋଳନ କରିଥିଲେ।ଏଥିରେ ପଞ୍ଚାୟତର ନାଏବ ସରପଞ୍ଚ ହେମଲତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର, ସମାଜସେବୀ ଶୁଶିଲ କୁମାର ଜେନ,ଜି ଆର ଏସ ପ୍ରତାପ କୁମାର ପଣ୍ଡା, ଯୋଗାଣ ସହାୟକ ରମେଶ ଚନ୍ଦ୍ର ବାଗ, ପିଅନ ଚୈତନ୍ୟ ହଂସ, ସମସ୍ତ ୱାର୍ଡର ୱାର୍ଡ ମେମ୍ବର,ସି ଆର ପି, ଗ୍ରାମସାଥି, ମିଶନ ଶକ୍ତି ମା ମାନେ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ବୃକ୍ଷ ରୋପଣ, ଅମୃତ ମାଟି ସଂଗ୍ରହ ଓ ଗ୍ରାମସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

Previous Post Next Post