୫୭ ରାଜ୍ୟରାଜପଥରେ ଡମ୍ପର ପଛପଟେ ପିଟିଲା ବାଇକ୍ : ୨ ଗୁରୁତରକୁ ବାଲେଶ୍ୱର ସ୍ଥାନାନ୍ତର

ଜଳେଶ୍ୱର ୩/୮:(ଜଗନ୍ନାଥ ଗୋଛାୟତ) ୫୭ ରାଜ୍ୟ ରାଜପଥ ଆମ୍ବଳିଅଠା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ମଧ୍ୟାହ୍ନରେ ଏକ ଡମ୍ପର ପଛରେ ଏକ ବାଇକ୍ ବାଡେଇଯିବାପରେ ସେଥିରେ ଥିବା ୨ଜଣ ଆରୋହୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱରରୁ ଚନ୍ଦନେଶ୍ୱର ଯାଇଥିବା ୫୭ ରାଜ୍ୟ ରାଜପଥରେ ଦ୍ରୁତ ଗାଡି ଚାଳନା ହେଉଥିବା ଦେଖିବାକୁ ମିଳୁଛି । ଜଳେଶ୍ୱର ଠାରୁ ଆମ୍ବଳିଅଠା ଦେଇ ପଶ୍ଚିମବଂଗକୁ ରାସ୍ତା ଥିବାରୁ ଏହି ରାସ୍ତାଟି ସବୁବେଳେ ଭିଡ ପରିଲକ୍ଷିତ ହୋଇଥାଏ । ଆଜି ମଧ୍ୟାହ୍ନରେ ଆମ୍ବଳିଅଠା ପେଟ୍ରୋଲପମ୍ପ ସମ୍ମୁଖରେ ଓଡି୦୧ଏକେ୭୮୭୮ ଡମ୍ପରଟି ବେଆଇନ୍ଭାବେ ରାସ୍ତାକଡରେ ଛିଡା ହୋଇଥିବା ବେଳେ ଚନ୍ଦନେଶ୍ୱର ପଟୁ ଆସୁଥିବା ଓଡି୦୧ୟୁ୭୦୫୪ ହିରୋ ଗ୍ଲେମର  ବାଇକ୍ଟି ପଛପଟୁ ବାଡେଇ ଯାଇଥିଲା । ଏଥିରେ ଥିବା ୨ଜଣ ଆରୋହି ଗୁରୁତର ହେବାରୁ ପ୍ରଥମେ ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ୨ଜଣ ଯୁବକ ଦୀନକୃଷ୍ଣ କଲେଜର ଛାତ୍ର ଥିବା ବେଳେ ସେମାନଙ୍କ ଘର ଜାମଶୋଳି ଅଂଚଳର ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଏହି ପେଟ୍ରୋଲପମ୍ପ ନିକଟରେ ଏକ ବିଦ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ମାନ ରହିଥିବାରୁ ସ୍ଥାନଟି ଜନଗହଳୀ ହେତୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ହମ୍ପସ୍ ନିର୍ମାଣ ଲାଗି ଜିଲାପାଳଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହିଁ ।

Post a Comment

Previous Post Next Post