ଜଳେଶ୍ୱର, ୦୩ ।୦୮ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ବ୍ଲକ ସୁଗୋ ଗ୍ରାମପଂଚାୟତର ବାଣିଦା ଗ୍ରାମ ମୁଖ୍ୟ ଆର.ଡି ରାସ୍ତାରେ ନିର୍ମାଣଧିନ ଏକ ପୋଲ ଓ ରାସ୍ତାର କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାକୁ ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ସୂଚନାନୁଯାୟୀ ବାଣିଦା ଗ୍ରାମର ମୁଖ୍ୟ ରାସ୍ତା ଉପରେ ଏକ ପୋଲ ଓ ରାସ୍ତା ୬ମାସ ପୂର୍ବରୁ ଜନୈକ ଠିକାଦାର କାର୍ଯ୍ୟାଦେଶ ପାଇ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ଷା ଦିନ ପୂର୍ବରୁ କାର୍ଯ୍ୟସାରିବା ପାଇଁ ଗ୍ରାମବାସୀ ତଥା ବିଭାଗୀୟ କତୃପକ୍ଷ ବାରଂବାର ତାଗିଦ କରିବା ସ୍ୱତେ ଠିକାଦାର ବର୍ତମାନ ସୁଦ୍ଧା କାର୍ଯ୍ୟ ସାରିବା ଦୂରର କଥା ଅଧା କାର୍ଯ୍ୟ କରିଛନ୍ତି । ଫଳରେ ବର୍ଷା ପାଣି ଭରି ଯିବାରୁ ରାସ୍ତାର ଅପର ପାଶ୍ୱର୍ରେ ଥିବା ଗ୍ରାମବାସୀ ଗ୍ରାମରୁ ତଥା ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି । ଉକ୍ତ ରାସ୍ତାଟି ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ବର୍ତମାନ ଗ୍ରାମ ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଫଳରେ ପୋଲର ଅପର ପାଶ୍ୱର୍ରେ ଥିବା ଲୋକମାନେ ଜଳବନ୍ଦି ଭାବେ ରହିଛନ୍ତି । ଏହି ଅବସ୍ଥାରେ ଠିକାଦାର କାର୍ଯ୍ୟଛାଡି ନିଜର ସମସ୍ତ ଜିନିଷ ପତ୍ର ନେଇ ପଳାଇଯାଉଥିବା ବେଳେ ଗ୍ରାମର ମହିଳା, ପୁରୁଷ ଓ ବିଦ୍ୟାଳୟର ପିଲାମାନେ ରାସ୍ତା ଉପରେ ବସି ରାସ୍ତାରୋକ କରିଥିଲେ । ଫଳରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ୨ଦିନ ମଧ୍ୟରେ ବିକଳ୍ପ ରାସ୍ତା କରିବା ସହିତ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା । ୨ଦିନ ମଧ୍ୟରେ କାର୍ଯ୍ୟ ନ ହେଲେ ତୀବ୍ର ଆନେ୍ଦାଳନ ହେବବୋଲି ଗ୍ରାମବାସୀ ତଥା ଉନ୍ନୟନ ଓ ସୁରକ୍ଷା ମଂଚର ସଭାପତି ପଲ୍ଟୁ ଦାସ, ସମାଜସେବୀ ପ୍ରଦୀପ ମହାନ୍ତି, ଯୁବନେତା ତନୁଜ ମହାନ୍ତି, ବିରେନ୍ଦ୍ର ପଣ୍ଡା, ବାଞ୍ଛାନିଧି ମହାନ୍ତି, ବିମଳ ଦାସ, ଜୀବନ ବାରିକ, ବିଦ୍ୟାଧର ପାତ୍ର, କୁନା ଟୁଡୁ ପ୍ରମୁଖ ବହୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ମନ୍ଥର ଗତିରେ ଚାଲିଥିବା ଆର.ଡି ରାସ୍ତା ଓ ପୋଲ କାର୍ଯ୍ୟକୁ ରାସ୍ତାରୋକ
ଆଜତକ ଓଡ଼ିଶା
0
Post a Comment