ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ୨୦୨୩-୨୪ ଅନୁଷ୍ଠିତ


ଜଳେଶ୍ୱର, ୧୩ ।୦୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଂକୁଳ ଜ୍ଞାନବିଜ୍ଞାନ ମେଳା ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ୧୫ଟି ବିଦ୍ୟାଳୟର ୨୯୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ ସେମାନଙ୍କର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ସହିତ ବିଜ୍ଞାନ ପ୍ରଶ୍ନ ମଂଚ, ବିଜ୍ଞାନ ପତ୍ରବାଚନ, ଗଣିତ ପ୍ରକଳ୍ପ, ଗଣିତ ପ୍ରଶ୍ନବାଚନ, ସଂସ୍କୃତ ଜ୍ଞାନ ମଂଚ, ମୃତିକଳା ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୪୧ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଏହି ବିଜ୍ଞାନ ମେଳା ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଧାରଂଜନ ବାଗ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ କରିବା ସହିତ ମଂଚ ପରିଚାଳନା କରିଥିଲେ । ଅତିଥି ଭାବେ ଗୈାରୀ ଶଙ୍କର ଦାସ, କପିଳେଶ୍ୱର ମହାନ୍ତି, ରବିନ୍ଦ୍ର କୁମାର ପଣ୍ଡା, ଶରତ କୁମାର ପରିଡା, ଅଜିତ ମହାନ୍ତି ପ୍ରମୁଖ ଯୋଗଦେଇ ବିଜ୍ଞାନ ମେଳାର ଉପାଦେୟତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକଳ୍ପ ବିଚାରକ ଭାବେ ବିଭିନ୍ନ ବିଦ୍ୟାଳୟରୁ ବିଜ୍ଞାନ ଶିକ୍ଷକମାନେ ଯୋଗ ଦେଇଥିଲେ । ଶେଷରେ ପୁନୀଲ କୁମାର ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଅପା ଓ ମାତୃଭାରତୀର ମାଆ ମାନେ ସହେଯାଗ କରି ପରିଚାଳନା କରିଥିଲେ ।

Post a Comment

Previous Post Next Post