ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ


ଧର୍ମଗଡ଼ (ପ୍ରଦୀପ ସେଠୀଆ) ଧର୍ମଗଡ଼ ବ୍ଲକ ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲମ୍ବୋଦର ଶବର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଦୁରିଆ,ସହ ଶିକ୍ଷକ ରମାର ଛତ୍ରିଆ, ବିପ୍ଳବ ପଣ୍ଡା, ନମିଶ ସରାପ, ରୂପକ ପଣ୍ଡା,କମଳାକାନ୍ତ ପଣ୍ଡା,ସହଶିକ୍ଷୟିତ୍ରୀ ପ୍ରମୋଦିନୀ ସାହୁ, ସବିତା ନିଆଲ ସମେତ ଗ୍ରାମର ରାଜେଶ ସାହୁ, ସନ୍ଦୀପ କୁମାର ଦ୍ବିବେଦୀ,ଯଦୁମଣି ଦୁରିଆ, ବିନୋଦ ପାରି ପ୍ରମୁଖ ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ମହାପୁରୁଷ ମାନଙ୍କ ଜୟଗାନ କରି ଗାଁ ପରିକ୍ରମା କରିଥିଲେ ।

Post a Comment

Previous Post Next Post