ନୂଆପଡ଼ା (ପରମେଶ୍ବର ମେହେର) ଦିନକୁ ଦିନ ତାପମାତ୍ରା ର ବୃଦ୍ଧି ହେବା ଫଳରେ ଜୀବଜଗତର ଅନେକ କ୍ଷୟକ୍ଷତି ହେଉଥିବା ବେଳେ,ଏହାକୁ ଅନୁଧ୍ୟାନ କରି ସୁନ୍ଦର ଓ ସୁରକ୍ଷିତ ପରିବେଶ ପାଇଁ ଏକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ରୋକାଲ୍ ଗ୍ରାମପଞ୍ଚାୟତ ଅଧିନସ୍ତ ଜୟବାହାଲ୍ ଗ୍ରାମର ମୀରାବାଈ ସ୍ଵୟଂସହାୟକ ଗୋଷ୍ଟିର ସମସ୍ତ ସଭ୍ୟା ମାନେ ଏକତ୍ରିତ ହୋଇ ବୃକ୍ଷ ରୋପଣ ନିମିତ୍ତ ରାସ୍ତାର ଦୁଇ ପାର୍ଶ୍ଵ ରେ ଓ ଗ୍ରାମର ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ପଚାଶଟି ବୃକ୍ଷ ରୋପଣ କରିଛନ୍ତି।ଯାହାକି ଆମ ପରିବେଶ ସୁରକ୍ଷାର ଏକବାର୍ତ୍ତା ଅଟେ।ଖାଦ୍ୟ,ବସ୍ତ୍ର,ବାସ ଗୃହ ସହ ମଣିଷ କୁ ସୁନ୍ଦର ଏବଂ ସ୍ୱଚ୍ଛ ନିର୍ମଳ ପରିବେଶ ଅତ୍ୟନ୍ତ ଜରୁରୀ । ଗୋଟିଏ ବିନ୍ଦୁ ରୁ ସମୁଦ୍ର ପାଣି ଭଳି ପ୍ରଥମେ କମ ଗଛ ଲଗାଈଥିଲେ ଦ୍ୱତୀୟ ବର୍ଷ ମଧ୍ୟ କମ ଲଗାଇ ଏହି ବର୍ଷ ପଚାଶ ଗୋଟି ଗଛ ଲଗାଇଛନ୍ତି । ଆସନ୍ତା ବର୍ଷ ରେ ଗ୍ରୁପ ର ପ୍ରତି ସଭ୍ୟା ଦଶଟି ଲେଖାଏଁ ହିସାବରେ ଶହେଟି ଗଛ ଲଗାଇବା ପାଇଁ ସ୍ଥିର କରିଛନ୍ତି । ପରିଶେଷରେ ସେହି ବୃକ୍ଷ ଗୁଡ଼ିକର ଯତ୍ନ ନେବା ସହ ଏକ ସୁରକ୍ଷିତ ପରିବେଶ ଗଢିତୋଳିବା ପାଇଁ ଶପଥ ପାଠ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମୀରାବାଈ ସ୍ଵଂୟ ସହାୟକ ଦଳ ର ସଭା ନେତ୍ରୀ ଶ୍ରୀମତୀ ରାଧିକା ସଲମା ଓ ସମ୍ପାଦିକା ଶ୍ରୀମତୀ ଗୋଲାପୀ ସଲମାଙ୍କ ଉଦ୍ୟମ ରେ ଜୟବାହାଲ ଗ୍ରାମ ର ଜୟମା ଖଲ୍ଲାରୀ ସ୍ୱୟଂ ସହାୟକ ଦଳ ର ସଭ୍ୟା, ଜୟମା ଦୁର୍ଗା ସ୍ୱୟଂ ସହାୟକ ଦଳ,ମା ବିଶ୍ୱ ପରଦେସେନ ସ୍ୱୟଂ ସହାୟକ ଦଳ ର ସଭ୍ୟା ମାନେ ତଥା ରୋକାଲ ଗ୍ରାମ ପଂଚାୟତ ର ପ୍ରାଣୀ ମିତ୍ର ଶ୍ରୀମତୀ ମିତାଞ୍ଜଳି ସଲମା ଉପସ୍ଥିତ ରହି କାର୍ଯ୍ୟକ୍ରମଟି କୁ ସାଫଲ୍ୟ ମଣ୍ଡିତ କରିଥିଲେ।ଏହି ବାର୍ତ୍ତା ଅଞ୍ଚଳର ସମସ୍ତଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇବ । ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment