ଲକ୍ଷ୍ୟ କମ୍ପିଟିଟିଭ୍ ସେଣ୍ଟର ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ଵର, ୨/୮ (ଲକ୍ଷ୍ମୀଧର ବାରିକ) ସୋର ବ୍ଲକ ନଟାପଡ଼ା ଛକସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ କମ୍ପିଟେଟିଭ୍ ସେଣ୍ଟର ପକ୍ଷରୁ ଆସନ୍ତା ୪ତାରିଖରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଅାମ ଓଡ଼ିଶା ମିଳିତ ସହଯୋଗରେ ସେଣ୍ଟର ପରିସରରେ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଅଭିରାମ ପଣ୍ଡାଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମାଜିକକର୍ମୀ ଘନଶ୍ୟାମ ପଣ୍ଡା , କମ୍ପିଟେଟିଭ୍‌ ସେଣ୍ଟରର ପ୍ରତିଷ୍ଠାତା କବିନ୍ଦ୍ର ପଣ୍ଡା, ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ ପ୍ରମୁଖ ଉପସ୍ଥିତ ରହି ଶିବିର ଆୟୋଜନ ପାଇଁ ଆଲୋଚନା କରିଥିଲେ ଏହି ଶିବିର ସକାଳ ୯ଟାରେ ଅନୁଷ୍ଠିତ ହେବ। ଏଥିରେ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ରକ୍ତଦାନ କରିବା ପାଇଁ ଆୟୋଜକ ପକ୍ଷରୁ ନିବେଦନ କରିଛନ୍ତି। କ୍ୟାମ୍ପ ବାବଦରେ ଜାଣିବା ପାଇଁ ଏହି ନମ୍ବରରେ ୯୧୭୮୧୮୩୨୨୮/ ୮୯୮୪୬୭୬୨୯୫/ ୭୦୦୮୪୩୪୧୬୮ରେ ଯୋଗାଯୋଗ କରିପାରିବେ।

Post a Comment

Previous Post Next Post