ଅନାଥ ଆଶ୍ରମରେ ପାଳିଲେ ଖୁସିରାମ ନିଆଲଙ୍କ ଜନ୍ମଦିନ


ଭବାନୀପାଟଣା ୦୨/୮ (ଶ୍ୟାମସୁନ୍ଦର ମାଝୀ) ନିଆରା ଢଙ୍ଗରେ ପାଳିଲେ ଖୁସିରାମ ନିଆଲଙ୍କ ଜନ୍ମଦିନ । ଏହି ଅବସରେ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମରେ କୁନି କୁନା ଭାଇ ଭଉଣୀ ମାନଙ୍କ ସହ ନିଆଳଙ୍କ ଜନ୍ମ ଦିନ ଅତି ଆନନ୍ଦରେ ସାଙ୍ଗ ସାଥି ମାନଙ୍କ ସହିତ ଯାଇ ପାଳନ କରିଥିଲେ । ଅନାଥ ଆଶ୍ରମରେ କୁନାକୁନି ଭାଇ ଭଉଣୀ ମାନଙ୍କ ସାଥିରେ ଉକ୍ତ ଆଶ୍ରମରେ ମିଶିକି ଖାଇଥିଲେ । ଏହି ଜନ୍ମଦିନ ଅବସରରେ ରାମ ନିଆଲ,ରତେନ୍ଦ୍ର ନିଆଲ, ତାପେନ୍ଦ୍ର ନିଆଲ , ବୃହଷ୍ପତି ନିଆଲ,ଜାଗା ପାଣିଗ୍ରାହୀ ,ଟିକେମଣି ନିଆଲ,ମୋହନ ସୁନାନୀ,ପ୍ରକାଶ ସିଂ,ଉପେନ ତାଣ୍ଡି ସମସ୍ତେ ଉପସ୍ଥିତ ରହି ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ ।

Post a Comment

Previous Post Next Post