ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ଘଟଣାରେ ପାଞ୍ଚଜଣ କୋର୍ଟ ଚାଲାଣ

ବାଲେଶ୍ଵର,୨/୮(ଲକ୍ଷ୍ମୀଧର ବାରିକ) ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଗ୍ରାମରେ ଗତ ୨୪ ତାରିଖରେ କୁକୁଡ଼ା ଚୋରିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ରମାକାନ୍ତ ମଲିକଙ୍କ କୁକୁଡ଼ାକୁ ତାଙ୍କ ଶଳା ପ୍ରଫୁଲ୍ଲ ମଲିକ ଚୋରି କରି ଖାଇଦେଇଥିବା ନେଇ ବିଭିନ୍ନ ସ୍ଥାନରେ ପ୍ରଚାର କରିବା ସହିତ ପ୍ରଫୁଲ୍ଲଙ୍କୁ ପ୍ରଣାନ୍ତକ ଆକ୍ରମଣ କରିଥିଲେ ଏହି ସମୟରେ ତାଙ୍କ ସ୍ତ୍ରୀ ବରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ପ୍ରଫୁଲ୍ଲ ଗୁରୁତ୍ତର ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୋର ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗ ପାଇ ସୋର ପୁଲିସ ୪୪୦/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ପୁଲିସ ରମାକାନ୍ତ ସମେତ ଚନ୍ଦନ ମଲିକ, ରାକେଶ ମଲିକ, ଶ୍ରୀଧର ମଲିକ ଏବଂ ରମାକାନ୍ତଙ୍କ ସ୍ତ୍ରୀ ଜୟନ୍ତି ମଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Post a Comment

Previous Post Next Post