ହାତୀ ଆକ୍ରମଣରେ ଫରେଷ୍ଟ ୱାଚର ଗୁରୁତର


କଣ୍ଟାବାଞ୍ଜି,(ଆଜତକ ଓଡ଼ିଶା) ପୁଣି ଥରେ ହାତୀ ଆତଙ୍କ,ଗତ ୨ ଦିନ ହେଲାଣି ଏକ ଜଙ୍ଗଲୀ ହାତୀ ଆତଙ୍କ ଖେଳାଇଛି, । ଗତ ୧ ତାରିଖ ଦିନ ଏହି ହାତୀ ବଙ୍ଗୋମୁଣ୍ଡା ରେଞ୍ଜ ମାଲପଡା ଗାଁ ର ଜଣେ ବ୍ୟକ୍ତି କୁ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ ବ୍ୟକ୍ତି ଙ୍କ ର ମୃତ୍ୟୁ ଘଟିଥିଲା । ଏହି ହାତୀ ଏବେ ତୁରକେଲା ରେଞ୍ଜର ବିଭିନ୍ନ ଗାଁ ମୁହାଁ ହେବା ବେଳେ ଆଜି ହାତୀ ଆକ୍ରମଣରେ ଜଣେ ଫରେଷ୍ଟ ୱାଚର ଗୁରୁତର ହୋଇଛନ୍ତି । ଗୁରୁତର ରାମସାଏ ଭୋଇ ବୋଲି ଜଣାପଡିଛି । ତୁରେକେଲା ରେଞ୍ଜ ଅନ୍ତର୍ଗତ ସେମଲା ଜଙ୍ଗଲ ନିକଟରେ ବନ ବିଭାଗ ହାତୀ ଖୋଜୁଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ ବନ କର୍ମଚାରୀ ରାମସାଏ । ପ୍ରଥମେ ଗୁରୁତର ଅବସ୍ଥାରେ ୱାଚର କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Post a Comment

Previous Post Next Post