ଆଇସିଏସ୍ଇ ଓ ରିଜିଓନାଲ ସ୍କେଟିଂରେ ଚମ୍ପିଆନ୍ : ବିଭିନ୍ନ ମହଲରୁ ସ୍ୱାଗତ
ଜଳେଶ୍ୱର ୩/୮ (ଜଗନ୍ନାଥ ଗୋଛାୟତ) ଗତ କିଛିବର୍ଷ ଧରି ଜଳେଶ୍ୱର ଅଂଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଓ ପ୍ରତିଯୋଗିତାରେ ବିଶେଷ କରି ସ୍କେଟିଂରେ ରୋହିତ କୁମାର ଭୋଇ ସଫଳତା ଅର୍ଜନ କରି ପୁରସ୍କୃତ ହୋଇ ଆସୁଛନ୍ତି । ଆଜି ଭୂବନେଶ୍ୱରସ୍ଥିତ ଲୟଲାସ୍କୁଲ ରେ ଆଇସିଏସ୍ଇ ରିଜିଓନାଲ ସ୍କେଟିଂରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଖେଳାଳୀମାନେ ଯୋଗ ଦେଇଥିଲେ । ବାଲେଶ୍ୱର ଜୋନ୍ରୁ ଜଳେଶ୍ୱରସ୍ଥିତ ସେଣ୍ଟ ଜେମ୍ସ କନ୍ଭେଣ୍ଟ ସ୍କୁଲ ଛାତ୍ର ରୋହିତ କୁମାର ଭୋଇ, ଦିପକଂର ଜେନା, ମୋହିତ ପାତ୍ର ଓ ଆୟୁସ କୁମାର ଜେନା ଅଂଶ ଗ୍ରହଣ କରିଥିଲେ । ୫ଶହ ମିଟର ଓ ୧ହଜାର ମିଟର ସ୍କେଟିଂ ଦୌଡରେ ରୋହିତ କୁମାର ଭୋଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଆଇସିଇ ପକ୍ଷରୁ ହେବାକୁ ଥିବା ଜାତୀୟସ୍ତରୀୟ ସ୍କେଟିଂ ଚମ୍ପିଆନରେ ରୋହିତ କୁମାର ଭାଗ ନେବେବୋଲି ଆଜି କହିଛନ୍ତି । ୧୪ବର୍ଷରୁ କମ୍ ଦିପଙ୍କର ଜେନା ୧୦୦୦ ମିଟର ସ୍କେଟିଂ ଦୌଡରେ ୨ୟ ସ୍ଥାନ ଅଧିକାର କରିଛନ୍ତି ।
Post a Comment