ବାଲେଶ୍ଵର, ୫/୮(ଲକ୍ଷ୍ମୀଧର ବାରିକ) ସିମୁଳିଆ ଥାନା ସମ୍ମୁଖରୁ ଜଣେ ଡାକ୍ତରଙ୍କ ନିକଟରୁ ହାଇୱେ ଲୁଟେରା ମୋବାଇଲ ଝାମ୍ପିନେଇଥିବା ବେଳେ ଡାକ୍ତର ଜଣଙ୍କ ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସିମୁଳିଆ ଥାନା ମାର୍କୋଣା ଗ୍ରାମର ଡ଼ା ସ୍ୱାଧୀନ ମାଝୀ ଗତ କାଲି ରାତିରେ ଭଦ୍ରକରୁ ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ସମ୍ମୁଖରେ ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ଡ଼ ମାଝୀଙ୍କ ସାର୍ଟ ପକେଟରୁ ମୋବାଇଲ ଟିକୁ ଝାମ୍ପିନେଇଥିଲେ। ଫଳରେ ଡ଼ା.ମାଝୀ ବାଇକରୁ ଛିଟିକି ପଡିଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କ ବାଇକ ଉପରେ ଚଢିଯାଇଥିଲା। ଡ଼ା ମାଝୀ ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲେ। ପରେ ସେ ଏ ବାବଦରେ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପିଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଡାକ୍ତରଙ୍କ ପାଖରୁ ଝାମ୍ପିନେଲେ ମୋବାଇଲ
ଆଜତକ ଓଡ଼ିଶା
0
Post a Comment