ଆଠ ଟି ଶ୍ରେଣୀ କୁ ତିନି ଶିକ୍ଷକ ରେ ଚାଲିଛି ଚଉରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ

ସାତ ଦିନ ମଧ୍ୟରେ ଶିକ୍ଷକ ନ ଦେଲେ ତାଲା ବନ୍ଦ ପାଇଁ ଗ୍ରାମବାସୀ ଙ୍କ ଧମକ


ସିନାପାଲି ୧୯/୮(ପ୍ରମେଶ୍ଵର ମେହେର) ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର୍ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଚଉରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନ ହେଲେ ଗ୍ରାମବସୀ ଆନ୍ଦୋଳନ କରିବା ପାଇଁ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ଆଠ ଟି ଶ୍ରେଣୀ ରେ ୧୭୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ଏଠାରେ ମାତ୍ର ତିନି ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଯାହା ଦ୍ବାରା ଶିକ୍ଷାଦାନ ରେ ଘୋର ଅସୁବିଧା ସୃଷ୍ଟି ହେଉ ଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି। ଗତ ଜୁଲାଇ ୩୧ ତାରିଖ ରେ ଏ ସଂକ୍ରାନ୍ତ ରେ ନୂଆପଡ଼ା ଜିଲ୍ଲାପାଳ ଙ୍କୁ ଗ୍ରାମବାସୀ ଙ୍କ ଦ୍ଵାରା ଲିଖିତ ଅଭିଯୋଗ କରା ଯାଇଥିଲା। କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ଏଠାରେ ଆଗାମୀ ସାତ ଦିନ ମଧ୍ୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନ କଲେ ତାଲା ବନ୍ଦ କରାଯିବ ବୋଲି ଗ୍ରାମବାସି ଧମକ ଦେଇଛନ୍ତି। ହରିପ୍ରୀୟା ସୁନାନୀ , ଜନନୀ ଛତ୍ରିଆ, ଦୀପିକା ବନ୍ଦିଛୋର୍ ପ୍ରମୁଖ ଅନେକ ଗ୍ରାମବାସୀ ଙ୍କ ଦସ୍ତଖତ ସମ୍ବିଲିତ ଏକ ସ୍ମାରକ ପତ୍ର ପୁଣି ସିନାପାଲି ବ୍ଲକ ଶିକ୍ଷାଧିକାରୀ ଙ୍କୁ ପ୍ରଦାନ କରାଯାଇଛି ।

Ad....

Post a Comment

Previous Post Next Post