ଭବାନୀପାଟଣା ୧୬/୦୮(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଗ୍ରାମ ଠାରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ତରଫରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ର ନିର୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ ଆତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ବର୍ତମାନ ର ଯୁବପିଢ଼ି କିପରି ଭାବରେ ନିଜର କଳା କୃତିକୁ ଆଗକୁ ନେଇ ଦେଶର ବିକାଶର କିପରି କରିବେ ସେ ଉପରେ ଆଲୋକପାତ କରିଥିଲେ । ସମସ୍ତ ଯୁବଗୋଷ୍ଟି, ଛାତ୍ରଛାତ୍ରୀ ଦେଶ ନିର୍ମାଣ ରେ ସହଯୋଗ କରିବାପାଇଁ ଶ୍ରୀ ତ୍ରିପାଠୀ ଆହ୍ୱାର ଦେଇଥିଲେ । ଏହି ଅବସରରେ ଏକ ଚାରାରୋପଣ ଓ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେତା ପ୍ରତିଯୋଗିତା ଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଶ୍ରୀ ଗଙ୍ଗାଧର ନାଏକ, କୋମ୍ପୁଟର ଅପରେଟର ଲିପାମଣୀ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଫିଲ୍ଡ ଆସିଷ୍ଟାଣ୍ଟ ଶ୍ରୀମତୀ କ୍ଷୀରମଣୀ କୁମାର ଓ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା ସହଯୋଗ କରିଥିବା ବେଳେ ଯଶୋବନ୍ତ ରଣା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment