ବିଜେପି ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧବାର୍ଷିକୀ ଅବସରରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଳେଶ୍ବର,୧୬/୮ (ଜଗନ୍ନାଥ ଗୋଛାୟତ) ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ତଥା ଭାରତୀୟ ଜନତା ପାର୍ଟିର ସଂସ୍ଥାପକ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଜେପି ଜଳେଶ୍ୱର ପକ୍ଷରୁ ରାଜପୁର ପଞ୍ଚାୟତ ଅନ୍ତର୍ଗତ ବାଘାବାଳୀ (ରାଜପୁର-ଶିଖରପୁର ନୌକାଘାଟ) ସୁବର୍ଣ୍ଣରେଖା ନଦୀ ତଟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ବାଜପେୟୀଜୀ ଜଣେ ପ୍ରବୀଣ ରାଜନେତା,ସୁବକ୍ତା,ପ୍ରସିଦ୍ଧ ହିନ୍ଦୀ କବି, ସାମ୍ବାଦିକ ତଥା ଆଇନଜୀବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ ।ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ । ମୋରାଜୀ ଦେଶାଇ ସରକାରରେ ସେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ତାଙ୍କ ବିବୃତି; "ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ । ୨୦୧୪ ମସିହାରେ ଭାରତ ରତ୍ନ ୧୯୯୪ ମସିହାରେ ଲୋକମାନ୍ୟ ତିଳକ ପୁରସ୍କାର ୧୯୯୪ ମସିହାରେ ସର୍ବଶ୍ରେଷ୍ଠ ସାଂସଦ ୧୯୯୪ ମସିହାରେ ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର ୧୯୯୩ମସିହାରେ କାନପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ୍‍ ଉପାଧି ଓ ୧୯୯୨ ମସିହାରେ ପଦ୍ମ ବିଭୂଷଣ ପୁରସ୍କାର ପାଇ ଦେଶକୁ ଗୌରାବାନ୍ୱିତ ଆଣିଥିଲେ । ବାଜପେୟୀ ୧୬.୮.୨୦୧୮ ତାରିଖ ଦିନ ଦିଲ୍ଲୀର ଏମ୍ସ ଚିକିତ୍ସାଳୟରେ ସନ୍ଧ୍ୟା ୦୫.୦୫ରେ ବାର୍ଦ୍ଧକ୍ୟ ଜନିତ ରୋଗାକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ବକ୍ତା ମାନେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରିଥିଲେ । ଉକ୍ତ ତିଳତର୍ପଣ କାର୍ଯ୍ୟକ୍ରମରେ ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳ, ନଗରସଭାପତି ତଥା ପୌର ସାଂସଦପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ମଣ୍ଡଳ ସଭାପତି ତପନ ବିଶ୍ୱାଳ, ପୂର୍ବତନ କାଉନସିଲର ଅନନ୍ତ ଦାସ,ଅବସରପ୍ରାପ୍ତ ଅଧ୍ୟାପିକା ଇନ୍ଦୁମତି ଗିରି, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ଦାସ,ଅଜୟ ଦାସ,ସାଗର ଦାସ, ରବୀନ୍ଦ୍ର ଜେନା, ବିପ୍ଳବ ପ୍ରଧାନ, ସମାପ୍ତିକା ଗିରି,ନବୀନ ମାରାଣ୍ଡି,ମିତା ମାହାନ୍ତି, କବିତା ପ୍ରଧାନ, ପୁଷ୍ପଲତା ଗିରି, ନମିତା ଗିରି,ସନ୍ଧ୍ୟାରାଣୀ ମାହାନ୍ତି,ମନୋରଞ୍ଜନ ପ୍ରଧାନ, ଚିନ୍ମୟ ପ୍ରଧାନ,ପ୍ରମିଳା କାମିଳିଆ, ଅରୁଣ ମହଲା,ସୁନୀଲ ମାହାନ୍ତି, ଦିବାକର ଦାସ, ସୁବାଷ ସୈନିକ, ସୁମିତ୍ରା ବିଶ୍ୱାଳ, ସଂଗୀତା ମାହାନ୍ତି, ସୁମତି ରଣା ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ ।

Post a Comment

Previous Post Next Post