ନୂଆଁରୂପରେ ଝଲସିବ ଧର୍ମଗଡ ମାଁ ଭଣ୍ଡାର ଘଋଣୀ ମନ୍ଦିର


ଭବାନୀପାଟଣା/ଧର୍ମଗଡ ୧୬/୦୮ (ଶ୍ୟାମସୁନ୍ଦର ମାଝୀ) ଆଜି ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରୁଣୀ ଙ୍କ ମନ୍ଦିର ଫାଇବ-ଟି ଅନ୍ତର୍ଗତ ରୂପାନ୍ତର କାର୍ଯ୍ୟ କୁ ତଦାରଖ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପିଡି ସଚିନ ଶ୍ରୀ ପ୍ରକାଶ ପାୱାର,ଧର୍ମଗଡ ବିଡ଼ିଓ ଶ୍ରୀ ଶରତ ଚନ୍ଦ୍ର ସେଠି,ଧର୍ମଗଡ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି କାର୍ଯ୍ୟରମ୍ଭ ପୂର୍ବରୁ ତଦାରଖ କରିବା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟ କିପରି ସୁନ୍ଦର ଓ ସୁଚାରୁ ଭାବେ ହୋଇ ପାରିବ ସେଥିପାଇଁ ମାଁ ଭଣ୍ଡାର ଘରୁଣୀ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ । ଆଲୋଚନା କରିବା ସମୟରେ ମାଁ ଭଣ୍ଡାର ଘରୁଣୀ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଧର୍ମଗଡ ଗୋନ୍ତିଆ ଶ୍ରୀ ଗିରି ପ୍ରସାଦ ନାଏକ, ମନ୍ଦିର ପୂଜକ ଧନବଲ ପୁଝାରି, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଡମ୍ବରୁ ଭୋଇ ,ସୌମ୍ୟ ରଞ୍ଜନ ନାଏକ, ଅଖିଳ ନାଏକ, ସଞ୍ଜୀବ ନାଏକ, ମୁନିରାମ ମାଝୀ,ସରୋଜ ସାହୁ , କୁମୁଦ ଚନ୍ଦ୍ର ସାହୁ,ଆଶିଷ ବେହେରା, ସୁବାଷ ଚନ୍ଦ୍ର ନାଏକ(ବୁଟୁ) ଏବଂ ଧର୍ମଗଡ ବସ୍ତିପଡା ବାସିନ୍ଦା ଉପସ୍ଥିତ ରହି ଥିଲେ । ମନ୍ଦିର ନିର୍ମାଣ ରୂପାନ୍ତର ଯେଉଁ ଡିଜାଇନ କୁ ଶ୍ରୀ ଭିକେ ପଣ୍ଡିୟାନ ସ୍ୱୀକୃତି ଦେଇଛନ୍ତି ସେହି ଡିଜାଇନ କୁ ନ ବଦଳାଇବା କୁ ଅନୁରୋଧ କରିଥିଲେ । ଯେମିତି ପୂର୍ବରୁ ଫାଇବ-ଟି ସଚିବ ଆସିବା ବେଳକୁ ଡିଜାଇନ ପ୍ରସ୍ତୁତ କରାଯାଇଛି ସେଇ ପରି ହିଁ ମିନ୍ଦିର ଟି ଆହୁରି ସୁନ୍ଦର ଭାବେ ତିଆରି କରିବା ପାଇଁ ଅନୁରୋଧ କରିଥିଲେ ।

Post a Comment

Previous Post Next Post