ରାଇବଣିଆ ଅଂଚଳରେ ମରୁଡି ପରିସ୍ଥିତି-ବର୍ଷାଋତୁରେ ଏକ ତୃତୀୟାଂଶ ବର୍ଷା : ପାହାଡିଆ ଅଂଚଳ ବିଲବାଡିରେ ଚରୁଛି ଗୋରୁଗାଈ


ଜଳେଶ୍ୱର ୧୪/୮(ଜଗନ୍ନାଥ ଗୋଛାୟତ): ଚଳିତବର୍ଷ ଜେଳେଶ୍ୱର ଅଂଚଳରେ ଆବଶ୍ୟକ ବର୍ଷାର ଏକତୃତିୟାଂଶ ବର୍ଷା ହୋଇଥିବାରୁ ଚାଷୀମାନେ ପ୍ରମାଦ ଗଣୁଛନ୍ତି । କେବଳ ବର୍ଷାଋତୁ ୩ ମାସରେ ୯୫୪ ମିମି ବର୍ଷା ହେବାକୁ ଥିବା ବେଳେ ହୋଇଛି ମାତ୍ର ୩୯୬ ମିମି. । ଫଳରେ ବର୍ଷା ଅଭାବରୁ ରାଇବଣିଆ ଅଂଚଳରେ ମରୁଡି ପରିସ୍ଥିତି ଉପୁଜିଛି । ଏକ ସମୀକ୍ଷାରୁ ପ୍ରକାଶ, ଜଳେଶ୍ୱରରେ ବର୍ଷାଯାକ ସାଧାରଣ ଭାବେ ୧୭୫୩ ମିମି. ବର୍ଷା ହୋଇଥାଏ । କିନ୍ତୁ ଚଳିତବର୍ଷ ୪୭୦ ମିମି. ବର୍ଷା ହୋଇଥିବାରୁ ପରିସ୍ଥିତି ଜଟିଳ ହୋଇଛି । ଜୁନ, ଜୁଲାଇ, ଅଗଷ୍ଟ ମାସରେ ୯୫୪ ମିମି ବର୍ଷା ହେବାକୁ ଥିବା ବେଳେ ହୋଇଛି ମାତ୍ର ୩୯୬ ମିମି । ଜଳେଶ୍ୱର ବ୍ଲକ ଅଂଚଳରେ ରାଇବଣିଆ ଏକ ପାହାଡିଆ ଅଂଚଳ । ସେଠାରେ ଥିବା ଖୁଆଡ, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ରାଇବଣିଆ, କାଳିକ, ବରଡିହା, କଳମା ପଂଚାୟତର ଜମିଗୁଡିକ ଉଚ୍ଚ । ଚଳିତବର୍ଷ ବର୍ଷା ହୋଇନଥିବାରୁ ଅଦ୍ୟାବଧି ବିଲବାଡିରେ ଗୋରୁ ଚରୁଛନ୍ତି । ଆବଶ୍ୟକ ବର୍ଷା ହୋଇନଥିବାରୁ ପୁରୁଣାପାଣି, ଚାନ୍ଦାବିଲା, ମଥୁରିଘେରା, ହରିଣାବନ୍ଧ, ଭାଦ୍ରାପଦା ଅଂଚଳରେ ଆଦୌ ରୁଆପୋତା ହୋଇନାହିଁ । ଉପରୋକ୍ତ ଅଂଚଳରେ ପ୍ରାୟ ୭୦ ଭାଗ ଆଦିବସୀ ଲୋକେ ବସବାସ କରନ୍ତି । ସେମାନେ ବହୁ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି ବୋଲି ଆଜି ଜଳେଶ୍ୱର ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ସମାବାୟବିତ୍ ତପନ ଦାସ ସୂଚନା ଦେଇଛନ୍ତି । ଏବେବି ବହୁସ୍ଥାନରେ ତଳି ପଡିପାରିନଥିବା ଓ ଅନ୍ୟ କେତେକ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ତଳି ପଡିଥିଲେ ମଧ୍ୟ ବର୍ଷା ଅଭାବରୁ କାଦୁଅ ହୋଇପାରିନାହିଁ । ଫଳରେ ରୁଆପୋତା ନ ହେବାରୁ ସେ ଅଂଚଳର ଲୋକେ ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି । ସେ ଅଂଚଳରେ ଥିବା ସରକାରୀ ଓ ବେସରକାରୀ ଉତ୍ସଗୁଡିକ ଚାଷକାର୍ଯ୍ୟପାଇଁ ଜରୁରୀ ପରିସ୍ଥିତିରେ ଚାଲୁ କରିବାକୁ ସେ ଦାବି କରିଛନ୍ତ।

Post a Comment

Previous Post Next Post