ନିମ୍ନମାନର କାମ ଯୋଗୁଁ ହାତୀବନ୍ଧା ବ୍ରିଜ ବିପଦସଙ୍କୁଳ : ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ନିର୍ମିତ ହାତୀବନ୍ଧା ବ୍ରିଜ ନିର୍ମାଣ ନିମ୍ନମାନର ହୋଇଛି। ଏଥିଯୋଗୁଁ ବର୍ତ୍ତମାନ ବ୍ରିଜଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି ଅଭିଯୋଗ କରି ସୋମବାର ସ୍ଥାନୀୟ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଘେରିବା ସହ ତୁରନ୍ତ ବ୍ରିଜର ମରାମତି ପାଇଁ ଦାବି କରିଛନ୍ତି। ସ୍ଥାନୟ ଅଧିବାସୀଙ୍କ କହିବାନୁଯାୟୀ, ବିଜୁ ଏକ୍ସପ୍ରେସ ୱେ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥା ଉକ୍ତ ବ୍ରିଜ କାମ ଆରମ୍ଭରୁ ନିମ୍ନମାନର କରିଥିଲେ । ଏନେଇ ଅଞ୍ଚଳବାସୀ ଠିକାସଂସ୍ଥା ସମେତ ବିଭାଗୀୟ ଅଧିକାରୀଙ୍କଠାରେ ଫେରାଦ ହୋଇଥିଲେ ମାତ୍ର କେହି ଏଥିପ୍ରତି କଣ୍ଠପାତ କରିନଥିଲେ । ନିମ୍ନମାନର କାମ ଯୋଗୁଁ ବର୍ତ୍ତମାନ ବ୍ରିଜରୁ ପାଣି ନିଷ୍କାସନ ବାଟ ଭାଙ୍ଗିଯାଇଛି। ଏଥିଯୋଗୁଁ ରାସ୍ତା ଭୁଶୁଡ଼ି ଯାଇ ବିପଦ ଅବସ୍ଥାରେ ରହିଛି।ଅନ୍ୟପଟେ ବର୍ତ୍ତମାନ ବ୍ରିଜର ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଗାଡ଼ିମଟର ଏହି ବାଟଦେଇ ନଯିବାକୁ ପରାମର୍ଶ ଦେବାସହ ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।


କିନ୍ତୁ ଦୀର୍ଘ ଦୁଇଘଣ୍ଟା ପରେ ବିଭାଗୀୟ ଯୋଜନା ପରିଚାଳକ( ପ୍ରୋଜେକ୍ଟ ମ୍ୟାନେଜର) ସୀତାକାନ୍ତ ସାମଲ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତତ୍‌କ୍ଷଣାତ ସ୍ଥାନୀୟ ଲୋକେ ତାଙ୍କୁ ଘେରିଯିବା ସହ ତୁରନ୍ତ ବ୍ରିଜ ମରାମତି କରିବା ସହ ହାତୀବନ୍ଧାକୁ ପ୍ରବେଶ ପାଇଁ ଉଭୟ ମୁଣ୍ଡରେ ପ୍ରବେଶପଥ କରିବାକୁ ଅଡ଼ି ବସିଥିଲେ । ପରେ ଉପରୋକ୍ତ ଦାବିରେ ଧାରଣାରେ ବସିଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ବ୍ରିଜ ମରାମତି କାର୍ଯ୍ୟ ଆରମ୍ଭ ହେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Post a Comment

Previous Post Next Post