ବାଲେଶ୍ଵର,୩୧/୮(ଲକ୍ଷ୍ମୀଧର ବାରିକ) ଚାନ୍ଦିପୁର ରାସ୍ତାରେ ଦିନକୁ ଦିନ ବଢି ଚାଲିଛି ଛିନତାଇ ଓ ରାହାଜାନି। ରାସ୍ତାରେ ଯାତାୟତ କରୁଥିବା ଲୋକେ ଅସୁରକ୍ଷିତ ମନେ କରୁଛନ୍ତି। ରାତି ୯ଟା ପରେ ରାସ୍ତାରେ ଯାତାୟତ କରିବାକୁ ଭୟ କରୁଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ଶ୍ରୀକୋଣାର ବରୁଣ ରଣା ଗୁଡୁପାହିରୁ ଘରକୁ ଫେରୁଥିବା ସମୟରେ ପଟାପୋଲ ଛକ ନିକଟ ଡାକ୍ତର ଛକରେ ତାଙ୍କୁ କିଛି ଦୁର୍ବୁତ୍ତ ଭୁଜାଲି ଦେଖାଇ ମୋବାଇଲ ଓ ମନିପର୍ସ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏକ କଳା ରଙ୍ଗର ସ୍କୁଟିରେ ୩ ଦୁର୍ବୁତ୍ତ ଆସିଥିଲେ। ମୁହଁରେ ସେମାନଙ୍କର କପଡା ବନ୍ଧାଥିଲା। ସ୍କୁଟିରୁ ୨ ଜଣ ଦୁର୍ବୁତ୍ତ ଅହ୍ଲାଇ ଭୁଜାଲି ଦେଖାଇଥିଲେ। ଶ୍ରୀ ରଣାଙ୍କ ପାଦକୁ ଭୁଜାଲିରେ ହାଣିବା ପାଇଁ ପ୍ରଚେଷ୍ଟା କରିଥିଲେ ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।ଏହାପରେ ତାଙ୍କଠାରୁ ମୋବାଇଲ ଓ ପର୍ସ ନେଇ ଫେରାର ହୋଇ ଯାଇଥିଲେ ଦୁର୍ବୁତ୍ତ। ଏନେଇ ଶ୍ରୀ ରଣା ଚାନ୍ଦିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଗତ ଦଶ ଦିନ ମଧ୍ୟରେ ଚାନ୍ଦିପୁର ରାସ୍ତାରେ ୧୨ରୁ ଅଧିକ ଛିନତାଇ ଓ ରାହାଜାନି ହୋଇଥିବା ଜଣାପଡିଥିବା ବେଳେ ପୋଲିସ ନିରଵାଦଷ୍ଟା ସାଜିଛି। ସ୍ଥାନୀୟ ଲୋକେ ରାତିରେ ପୋଲିସ ପେଟ୍ରୋଲିଂ କରିବା ଦାବି କରିଛନ୍ତି। ଏବାବଦରେ ନୂତନ କରି ଯୋଗ ଦେଇଥିବା ଚାନ୍ଦିପୁର ଥାନା ଅଧିକାରୀ ସୁଜାତା ମଲ୍ଲିକ କହିଛନ୍ତି ବହୁତ୍ ଶୀଘ୍ର ଲୁଟେରା ଛିନ୍ତାଇ କାରୀଙ୍କୁ ଧରିବା ସାଙ୍ଗେ ରାତିରେ ପେଟ୍ରୋଲିଂ କଡ଼ା କଡ଼ି କରାଯିବ।

Post a Comment