ବାଲେଶ୍ବର,୩୧/୮(ଲକ୍ଷ୍ମୀଧର ବାରିକ): ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘର ରାଜ୍ୟ ଉପସଭାପତି କୈଳାସ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ଦଳ ଓ କର୍ମକର୍ତ୍ତା ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ଓ ମୁଖ୍ୟ ମାନବ ସମ୍ବନ୍ଧ ଅଧିକାରୀ ବଲ୍ଲବ ସିଂ ସହିତ ପ୍ରଦାନ କରାଯାଇଥିବା ୧୫ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବିଶେଷ କରି ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଓ ରାଜ୍ୟ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ ସାହୁ, ହିତେଶ କୁମାର ରାଉତ, ସଂଗଠନ ସମ୍ପାଦକ ମନୋଜ ଦାସ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଦାବି ଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ କରିବା ସକାଶେ ସହମତି ପ୍ରକାଶ କରିଥିବାରୁ ପ୍ରସ୍ତାବିତ ଧାରଣାକୁ ପ୍ରତ୍ୟାହାର କରାଗଲା। ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ଖାଲି ପଡ଼ିଥିବା ପଦବି ଗୁଡ଼ିକ ପ୍ରତ୍ୟେକ ସେକ୍ସନରେ ଗ୍ରାହକ ସଂଖ୍ୟା ଓ ଲାଇନ୍ ସବ୍ଷ୍ଟେସନ ଅନୁସାରେ ଟିପିସିଓଡିଏଲ୍ ଢାଞ୍ଚାରେ ଟିପିଏନ୍ଓଡିଏଲ୍ରେ ମଧ୍ୟ ପଦବି ପୂରଣ କରିବାକୁ ସହମତି ପ୍ରକାଶ ଓ ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ଥିବା ଓଏଜି-୨ଙ୍କୁ ଜୁନିଅର ଆକାଉଣ୍ଟକୁ ପଦୋନ୍ନତି ଦେବା, ଚାର୍ଜମ୍ୟାନ୍ ଟ୍ରେନିଂ ଯଥାଶୀଘ୍ର ଆରମ୍ଭ କରିବା, କର୍ତ୍ତବ୍ୟ ସମୟରେ ମୃତ୍ୟୁ ହୋଇଥିବା ଶ୍ରମିକ ଓ କର୍ମଚାରୀଙ୍କର ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣକୁ ଶିକ୍ଷାଗତ ଆଧାରରେ ଟିପିଏନ୍ଓଡିଏଲ୍ ଅଧୀନରେ ଚାକିରି ଦେବା, ଟିପିଡବ୍ଲୁଓଡିଏଲ୍ ଭଳି ଟିପିଏନ୍ଓଡିଏଲ୍ରେ ପ୍ରୋତ୍ସାହନକୁ ୬ ବର୍ଷରୁ କମ୍ କରିବା, ଶ୍ରମିକ କର୍ମଚାରୀଙ୍କୁ ପୋଷାକପତ୍ର, ଯୋତା ଓ ରେନିକୋଟ୍ ତୁରନ୍ତ ଯୋଗାଇବା ସକାଶେ ପଦକ୍ଷେପ ନେବା, ବିଏ କର୍ମଚାରୀଙ୍କର ଦରମା ସରକାରଙ୍କ ଆଇନ ଅନୁସାରେ ବୃଦ୍ଧି କରିବାକୁ ସହମତି ପ୍ରକାଶ କରିବା, ଡିଭିଜନ ଓ ସର୍କଲ ସ୍ତରରେ ୱାକର୍ସ କମିଟି ଗଠନ କରିବା ଆଦି ଦାବି ଗୁଡ଼ିକ ଉପରେ ସହମତି ପ୍ରକାଶ ପରେ ଏକ ଦ୍ବିିପାକ୍ଷିକ ରାଜିନାମା ସ୍ବାକ୍ଷର କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ମହାନ୍ତ, ସଞ୍ଜୟ ମହାନ୍ତ, କାନ୍ତିଲାଲ ବିଶ୍ବାଳ, ଅଜିତ ମହାନ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଟିପିଏନ୍ଓଡିଏଲ୍ ତରଫରୁ ଡେପୁଟି ମ୍ୟାନେଜର ମାନସ ରଞ୍ଜନ ସ୍ୱାଇଁ ଓ ଚିନ୍ମୟ କୁମାର ରଥ ଉପସ୍ଥିତ ଥିଲେ।
ବିଦ୍ୟୁତ୍ କର୍ମଚାରୀ ସଂଘର ଟିପିଏନ୍ଓଡିଏଲ୍ ଅଧିକାରୀଙ୍କ ସହ ଅଲୋଚନା ପ୍ରସ୍ତାବିତ ଧାରଣ ପ୍ରତ୍ୟାହୃତ
ଆଜତକ ଓଡ଼ିଶା
0
Post a Comment