ରେଙ୍ଗ ଗ୍ରାମ ଠାରେ ମଦର ଟେରେସା ସେବା ସଙ୍ଗଠନ ର ଦିବ୍ୟାଙ୍ଗ SHG ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ନୂଆପଡା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ରେଙ୍ଗ ଗ୍ରାମ ଠାରେ ମଦର ଟେରେସା ସେବା ସଙ୍ଗଠନ ତରଫରୁ ଦିବ୍ୟାଙ୍ଗ SHG ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି, ଏହି କାର୍ଯ୍ୟକ୍ରମ ସଙ୍ଗଠନର ସମ୍ପାଦକ ଶେଷଦେବ ପ୍ରଧାନୀ ପରିଚାଳନା କରିଥିବା ବେଳେ ଗ୍ରାମ ର ଶ୍ରୀ ରାଧାକୃଷ୍ଣ ଦିବ୍ୟାଙ୍ଗ SHG, ଶିବଶଙ୍କର ଦିବ୍ୟାଙ୍ଗ SHG, ଶ୍ରୀ ସାଇବାବା ଦିବ୍ୟାଙ୍ଗ SHG ଓ ମଦର ଟେରେସା ସେବା ସଙ୍ଗଠନ ସଭ୍ୟ ସଭ୍ୟା ମାନଙ୍କୁ ନେଇ ରେଙ୍ଗ ରୁ କ୍ରିଷ୍ଣ ରାସ୍ତା ଉଭୟ ପାର୍ଶ୍ଵ ରେ ଲିମ୍ବ, ଅଲା, କରଞ, ମେହେଗନି, ପଣସ, ଗଛ ରୋପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ମଦର ଟେରେସା କାର୍ଯ୍ୟକର୍ତା କୁନ୍ତଳା ବେମାଲ, ସୁଲଚନା ରଣା, ତେଜୁରାମ ନାଏକ, ଦିଲୀପ ଦଳପତି, ଚେତୁରାମ ପ୍ରଧାନୀ କରିଥିବାବେଲେ ଶିବଶକ୍ତି ଦିବ୍ୟାଙ୍ଗ SHG ସଭାପତି ଗିରିଧାରୀ ରଣା, ସମ୍ପାଦକ କୁମୁଦ ରଣା ଶ୍ରୀ ସାଇବାବା ଦିବ୍ୟାଙ୍ଗ SHG ସଭାପତି ଭାନୁମତି ତାଣ୍ଡି, ସମ୍ପାଦକ ଗୋବର୍ଧନ ରଣା, ରାଧାକୃଷ୍ଣ ଦିବ୍ୟାଙ୍ଗ SHG ସଭାପତି କୃପାଲ ରଣା, ସମ୍ପାଦକ ପୁର୍ଣଚନ୍ଦ୍ର ରଣା କାର୍ଯ୍ୟକ୍ରମ ରେ ନିଜ ର ଅଭିଭାଷଣ ରଖିଥିଲେ।

ଦିନକୁ ଦିନ ବୃକ୍ଷ ଲୋପ ପାଇଁ ବସିଛି ଏହା ଆମ ରାଜ୍ୟ ଦେଶ ପାଇଁ ଚିନ୍ତା ର ବିଷୟ ଲୋକ ଗଛ କାଟୁଛନ୍ତି କିନ୍ତୁ ଗଛ ଲଗାଇବା ନା ଧରୁ ନାହାନ୍ତି ଯାହା ଫଳରେ ଅଭାବି ବର୍ଷା ହେଉଛି, ଋତୁ ପରିବର୍ତନ ହେଉଛି ବର୍ଷା ଦିନରେ ବର୍ଷା ଉଭାନ ଖରାର ପ୍ରକୋପ ବଢୁଛି ଓ ବଡ଼ ବଡ଼ ସହର ରେ ଅକ୍ସିଜେନ ର ଅଭାବ ଦେଖା ଦେଲାଣି ଏଣୁ ବେଳ ହୁ ସାବଧାନ ନ ହେଲେ ଆଗକୁ ବହୁତ ଅସୁବିଧା ହେବ,ଏଣୁ ଦିବ୍ୟାଙ୍ଗ ମାନେ ମଧ୍ୟ ସେବା କାର୍ଯ୍ୟକ୍ରମ ରେ ଆମେ ଦିବ୍ୟାଙ୍ଗ ହେଲେ ବି ସଶକ୍ତ, ବୃକ୍ଷ ରୋପଣ କରି ନୂଆପଡା ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛନ୍ତି ସମାଜ ସେବାରେ ଆଗେଇ ଆସି ବୃକ୍ଷ ରୋପଣ କରିଛନ୍ତି!ଏଣୁ ଆସନ୍ତୁ ସପଥ ନେବା ବୃକ୍ଷ ରୋପଣ କରିବା ଅନ୍ତତଃ ଗୋଟିଏ ତ ବର୍ଷକ ରେ ଲଗାଇବା ବୋଲି ସମସ୍ତେ ଶପଥ ନେଇ ଥିଲେ।

Post a Comment

Previous Post Next Post