ବାଞ୍ଜିପଦରରେ ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ମୃତ୍ୟୁ


ଧର୍ମଗଡ଼ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମ ର ଉଭୟ ପୁଅ ଝିଅ ଦୁହିଁ ଙ୍କ ପ୍ରେମ ସମ୍ପର୍କ ଥିବା ରୁ କିଛି ଦିନ ତଳେ ଏହି ପ୍ରେମୀ ଯୁଗଳ ପଳାୟନ ହୋଇଥିଲେ । ବର୍ତ୍ତମାନ ଅଭାବନୀୟ ଘଟଣା ଘଟିଛି ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଉଭୟଙ୍କ ମୃତ୍ୟୁ ଶରୀର ଧର୍ମଗଡ ପୋଲିସ ସୂଚନା ପାଇ ମୃତ୍ୟୁ ଶରୀର କୁ ଜବତ କରିଛି । ପରିବାର ସୂଚନା ମୁତାବକ ଉଭୟ ପ୍ରେମୀ ଯୁଗଳ ଗତ ୩୦.୬.୨୩ ଶୁକ୍ରବାର ଦିନ ଘରୁ ପଳାୟନ କରିଥିଲେ । ପରିବାର ଲୋକେ ଖୋଜାଖୁଜି କରିବା ପରେ ହେଁ ଉଭୟ ଙ୍କୁ ପାଇନଥିଲେ । ପୁଅ ସୁନୀଲ ପଟେଲ ବୟସ (୨୨) ଝିଅ-ଜେମାମଣି ପଟେଲ ବୟସ (୧୮) ବିଗତ ଦିନର ରୁ ଉଭୟଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମୀକା ଙ୍କ କାକା ବୋଲି ପ୍ରେମିକ ସୁନୀଲ ପଟେଲ ଜଣାଯାଉଛି । ମୃତ୍ୟୁ ଶରୀର ଉଭୟ ଙ୍କ ଭିନ୍ନ ଭିନ ହୋଇଥିଲା ପ୍ରେମିକ ର ମୃତ୍ୟୁ ଶରୀର ପଚା ହୋଇଥିଲା ଓ ପ୍ରେମିକାର ଗଲା ଓ ଶରୀର ଖଣ୍ଡ ବିଖଣ୍ଡ ହୋଇଥିଲା । ଘଟଣା ସ୍ଥଳରେ ସାଇଣ୍ଟିକ୍ସ ଟିମ ଓ ଧର୍ମଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

Post a Comment

Previous Post Next Post