ଜରି ଗୋଟାଇବା ଝିଅ’ର ରୌପ୍ୟ ଜନ୍ମୋତ୍ସବ ପାଳନ


ବାଲେଶ୍ବର,୨୯/୭ (ଲକ୍ଷ୍ମୀଧର ବାରିକ) ପ୍ରତିଭାଶ୍ରୀ ମୁଖ୍ୟ କବି ପ୍ରଶାନ୍ତ ଦାସଙ୍କ ‘ଜରି ଗୋଟାଇବା ଝିଅ’ର ରୌପ୍ୟ ଜନ୍ମୋତ୍ସବ ରୌପ୍ୟ ଜୟନ୍ତୀ ପାଳନ କମିଟି ଓ ଫକୀରମୋହନ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରଫେସର ସୂର୍ଯ୍ୟେନ୍ଦୁ ଦେ, ବକ୍ତା ଭାବେ କବି ଶ୍ରୀଦେବ ଓ ଗାଳ୍ପିକ ନିବାରଣ ଜେନା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରାବନ୍ଧିକ ଡ. ଶିରୀଶ ଚନ୍ଦ୍ର ଜେନା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ପ୍ରାକ୍‌କଥା ରଖିଥିବାବେଳେ ସଂପାଦକ ଦୀପକ ବୋଷ ଉତ୍ସବ ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଯୁବ ସମାଜସେବୀ ରାଜେଶ ଗିରି ରୌପ୍ୟଜୟନ୍ତୀ ପାଳନ ସଂପର୍କରେ ଆଲୋକପାତ କରିଥିଲେ। କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଲେଙ୍କା, ଭାଗବତ ପ୍ରସାଦ ଦାସ, ଲକ୍ଷ୍ମୀଧର ମହାନ୍ତି, ପ୍ରଦୀପ କୁମାର ମିଶ୍ର, ଅରୁଣା ରାୟ, ଯୋଗେଶ ଚନ୍ଦ୍ର ପ୍ରଧାନ, ସଂଜୟ ପଣ୍ତା, କ୍ଷିତୀଶ୍ବର ଦାଶ, କରୁଣାକର ସ, ଦୀପକ ଦାସ, ପୀତାମ୍ବର ଦାସ, ନିରଂଜନ ରାଉତ, ବିଦ୍ୟାଧର ସାହୁ, ମଧୁସୂଦନ ମିଶ୍ର, ମଧୁସୂଦନ ମାଝୀ, ଜୁମରନାଥ ପାତ୍ର, ପ୍ରଣୀତା ମିଶ୍ର, ଶାନ୍ତିଲତା ପଣ୍ତା, ବାସନ୍ତୀ କର, ଜ୍ୟୋତ୍ସ୍ନା ରାୟ,ଶ୍ରୀରୂପାମଂଜରୀ ସେନ, ସୁକୁମାର ଘୋଷ, ସଙ୍ଗୀତା ବାରିକ, ଡ. ରତ୍ନାକର ସିଂ, ମନ୍ମଥ କୁମାର ସାହୁ, ପଦ୍ମଲୋଚନ ଦତ୍ତ, ବାସନ୍ତୀ ଦେ, ସୁବ୍ରତା ମହାନ୍ତି, ଉତ୍ପଳ ମହାନ୍ତି, ପୁଷ୍ପଲତା ଚକ୍ରବର୍ତ୍ତୀ ପ୍ରମୁଖ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Post a Comment

Previous Post Next Post