ଜଳେଶ୍ୱର, ୨୯।୦୭ (ଜଗନ୍ନାଥ ଗୋଛାୟତ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଆର.ଟି.ଆଇ ମାଗିଥିବା ସମାଜସେବୀଙ୍କୁ ଆକ୍ରମଣକୁ ନେଇ ଥାନାରେ ମାମଲା । ସୂଚନାନୁଯାୟୀ ଜଳେଶ୍ୱର ବ୍ଲକ ମହମ୍ମଦନଗର ପାଟଣା ଗ୍ରାମ ପଂଚାୟତର ଚିତରଂଜନ ପଲାଇ ଜଣେ ଧନୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ୬ଚକିଆ, ୧୨ଚକିଆ ଓ ୧୬ଚକିଆ ଯାନ ଓ ପକ୍କାଗୃହ ରହିଥିବା ତଥା ଉକ୍ତ ପଂଚାୟତର ୱାର୍ଡ ମେମ୍ବରଙ୍କ ସ୍ୱାମୀ ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଭାବେ ଚୟନ କରାଯାଇଛି ବୋଲି ଅଭିଯୋଗ କରି ପଂଚାୟତର ଭାଜପା କାର୍ଯ୍ୟକର୍ତା ତଥା ସମାଜସେବୀ ସାଗର କୁମାର ଦାସ ସରକାରୀ ଭାବେ ଆର୍.ଟି.ଆଇ ମାଗିଥିଲେ । ଏଥିଯୋଗୁଁ ୱାର୍ଡ ମେମ୍ବରଙ୍କ ସହଯୋଗୀ ଗ୍ରାମର କେତେକ ଯୁବକ ସାଗର ଦାସଙ୍କୁ ମାରପିଟ କରିବା ସହିତ ତାଙ୍କୁ ଉଠାଇ ନେଇ ଏକ କମ୍ୟୁନିଟି ସେଣ୍ଟର ଘରେ ହାତଗୋଡ ବାନ୍ଧି ରଖିଥିଲେ ବୋଲି ସାଗରଙ୍କ ପିତା ବାବୁରାମ ଦାସ ଜଳେଶ୍ୱର ଥାନାରେ ମାମଲା ରୁଜୁ କରାଯାଇଛି । ଏଥିନେଇ ଜଳେଶ୍ୱର ଥାନାରେ କେଶ ନଂ ୦୩୫୦/୨୩ ମୂଳେ ଏକ ମାମଲା ରୁଜୁ କରାଯାଇଛି । ତଥାପି ତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଛି ବୋଲି ୨୯ତାରିଖ ଦିନ ଜଳେଶ୍ୱର ଭାଜପା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିବୃତି ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପା ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ବାବୁରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment