ବାଲେଶ୍ୱର,୨୯ା୭(ଲକ୍ଷ୍ମୀଧର ବାରିକ) ପ୍ରେସ-ଇେମ୍ପ୍ରସ ମିଡିଆ କ୍ଲବ’ର ମୁଖପତ୍ର ‘ଦିଗଦର୍ଶନ-୨୦୨୩’ ଶନିବାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ‘ମାଆ ଇଣ୍ଟରନ୍ୟାସନାଲ-୨’ ହୋଟେଲ ସଭାଗୃହରେ ଆୟୋଜିତ ଉତ୍ସବରେ ‘ବିଶ୍ବବାଣୀ’ ଖବରକାଗଜର ମୁଖ୍ୟ ସମ୍ପାଦକ ଅର୍ଜୁନ ମୁଦୁଲି, ‘ସେଇଠୁ ଆରମ୍ଭ’ ଖବରକାଗଜର ସମ୍ପାଦକ ଶୁଭେନ୍ଦୁ ମୋହନ ଦାସ, ଚଳନ୍ତା ଯାନରେ ଦୀର୍ଘ ସମୟ ଶୀର୍ଷାସନ କରି ବିଶ୍ବ ରେକର୍ଡ଼ ସୃଷ୍ଟି କରିଥିବା କନେର୍ଣ୍ଣଲ ଲକ୍ଷ୍ମୀଧର ଭୂୟାଁ, ବିଶିଷ୍ଟ ସଂଗଠକ ନରେନ୍ଦ୍ର ବିହାରୀ ଦାସ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମୁଖପତ୍ର ‘ଦିଗଦର୍ଶନ’କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂଘର ଶୃଖଳିତ ସଦସ୍ୟ ତଥା କର୍ମକର୍ତ୍ତାଙ୍କ ସୃଜନଶୀଳତା ବିକାଶ ପାଇଁ ଏହି ମ୍ୟାଗାଜିନ ଏକ ମାଧ୍ୟମ ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ତେବେ ବାଲେଶ୍ବରରୁ ଆରମ୍ଭ ହୋଇଥିବା ଏହି ସଂଘ ପ୍ରେସ-ଇେମ୍ପ୍ର ମିଡିଆ କ୍ଲବ ସମଗ୍ର ରାଜ୍ୟର ସାମ୍ବାଦିକଙ୍କ ପାଇଁ ଦିଗଦର୍ଶନ ହେଉ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। କ୍ଲବର ସଭାପତି ବରିଷ୍ଠ ସାମ୍ବାଦିକ ଉଜ୍ଜଳ ଚନ୍ଦ୍ର କର ଏହି ଉନ୍ମୋଚନ ଉତ୍ସବରେ ସଭାପତିତ୍ବ କରିବା ସହିତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ବାବଦରେ ସଂଗଠନ ପକ୍ଷରୁ ନିଆଯାଉଥିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଡ. ଜଗନ୍ନାଥ ଖଟୁଆ, ଅଜିତ କୁମାର ମହାନ୍ତି, ସୁଜାତାରାଣୀ ପଣ୍ଡା, ବିବେକାନନ୍ଦ ଦାସ, ମଧୁସୂଦନ ମିଶ୍ର, ରତିକାନ୍ତ ଦତ୍ତ, ବ୍ୟୋମନାଥ ରଥ, ସୁଦାମ ପାତ୍ର, ରମାକାନ୍ତ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ସାମ୍ବାଦିକଙ୍କ ଦାୟିତ୍ବବୋଧତା ଓ ସାମ୍ବାଦିକତା କ୍ଷେତ୍ରରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସଂଗଠନର ଉପ-ସଭାପତି ସନ୍ଦୀପ୍ତ କୁମାର ଦାସ ଏଥିରେ ସଂଯୋଜନା କରିଥିବା ବେଳେ ଉତ୍ତର ବାଲେଶ୍ବରର ସଂଯୋଜକ ସୁକୁମାର ରଣା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସୁଶାନ୍ତ କୁମାର ଦାସ, ବାସୁଦେବ ରାଉଳ, ଅରୂପ ନାରାୟଣ ମହାନ୍ତି, ଗୟାଧର କର, ପଦ୍ମଲୋଚନ ଦତ୍ତ, ସ୍ବାଗତିକା ବରିକ, ମୋନାଲିସା ପାଣିଗ୍ରାହୀ, ଅଜିମ ବାଲେଶ୍ବରୀ, ଦୀପକ କୁମାର ମଲିକ, ପ୍ରମୁଖ ସଂଗଠନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Post a Comment