ସୁବର୍ଣ୍ଣପୁର ଜିଲ୍ଲାପାଳ ବୁଲିଦେଖିଲେ ସୋନପୁର ସହର ର ବିଭିନ୍ନ ୱାର୍ଡ ର ଡ୍ରେନେଜ ସମସ୍ୟା


ସୁବର୍ଣ୍ଣପୁର (ଗଣପତି ବାଘ) ଆଜି ସକାଳୁ ସକାଳୁ ଅଚାନକ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରଏ ସୋନପୁର ମ୍ୟୁନିସିପାଲଟି ର ବିଭିନ୍ନ ୱାର୍ଡ ବୁଲି ଡ୍ରେନ ଗୁଡ଼ିକ ଦେଖିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ବର୍ଷା କୁ ନଜର ରେ ରଖି ଡ୍ରେନେଜ ସମସ୍ୟା ଦେଖିବାକୁ ବାହାରି ଥିଲେ । ସହର ର ବଡବଜାର , ଜୟଗୁରୁ ମାର୍କେଟ , ଗଙ୍ଗାଧର ମେହେର ଛକ ଓ ନଦୀକୂଳରେ ଥିବା ତଳି ଅଞ୍ଚଳ ତରିଆ ପଡା ଟିକିରିପଡା ଆଦି ବୁଲି ଦେଖିଥିଲେ । ସାଙ୍ଗରେ ସୋନପୁର ମ୍ୟୁନୁସିପାଲଟି ର ଇଓ ଓ ତହସିଲଦାର ଙ୍କୁ ଧରି ବୁଲିବା ସହ ବର୍ଷା ସମୟ ରେ ଯେମିତି ଲୋକ ଙ୍କ ଘରକୁ ଡ୍ରେନ ପାଣି ନପସିବ ଓ ଲୋକ ଆରାମ ରେ ରହିବେ ତାହାର ସୁବିଧା କରିବାକୁ ତାଗିଦ କରିଥିଲେ । ସହର ର ସମସ୍ତ ଡ୍ରେନ ଶୀଘ୍ର ସଫା କରିବାକୁ ମ୍ୟୁନିସିପାଲଟି ଇଓ ଙ୍କୁ କହିଥିଲେ ।

Post a Comment

Previous Post Next Post