ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ


ସୁବର୍ଣ୍ଣପୁର (ଗଣପତି ବାଘ) ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ଓ ସିଂହାରୀ ଗ୍ରା.ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧ତାରିଖରୁ ଗଣ ଧାରଣା ଚାଲିଥିଲା । କିନ୍ତୁ ପ୍ରଶାସନ ଦାବୀ ପୂରଣ ନ କରିବାରୁ ଆଜି ସକାଳ ୧୦ ଟାରୁ ଆମରଣ ଅନଶନ ଚଳାଇଛନ୍ତି ପ୍ରାୟ ୫୦ଜଣ ହିତାଧିକାରୀ । କିଛି ଅସାଧୂ ସରକାରୀ କର୍ମଚାରୀଙ୍କ ଖଳବୁଦ୍ଧି ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ଆବାସ ଗୃହ ପାଇବାରୁ ବଂଚିତ ହୋଇଥିବା ବେଳେ କିଛି ଧନିକ ଶ୍ରେଣୀର ଲୋକମାନେ ଗରିବଙ୍କ ଆବାସଘର ହାତେଇଥିବା ଅଭିଯୋଗ ହୋଇଛି । ଏଣୁ ମରାଡୁଗୋଚ୍ଛା ସରପଂଚ ମନମୋହନ ସାହୁ ଏବଂ ପୁର୍ବତନ ସମିତିସଭ୍ୟ ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ହିତାଧିକାରୀ ଆମରଣ ଅନଶନରେ ରେ ବସିଥିବା ଦେଖିବାକୁ ମିଳିଛି । ଯେତେଦିନ ପର୍ଯ୍ୟନ୍ତ ଦାବିପୁରଣ ନହେବ ଅନଶନ ଲାଗିରହିବ ବୋଲି ପ୍ରକାଶକରିଛନ୍ତି ହିତାଧିକାରୀମାନେ ।

Post a Comment

Previous Post Next Post