କଣ୍ଟାବାଞ୍ଜି ୧୪/୦୭ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ବକବାହାଲ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଗଣପୋଷାକ ଦେବାକୁ ନିର୍ଦ୍ଦେଶ ମିଳିବାକ୍ଷଣି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୁନି ସାହୁ ତୁରେକେଲା କ୍ଳଷ୍ଟରରେ ସର୍ବ ପ୍ରଥମେ ପୋଷାକ ବିତରଣ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସମୁଦ୍ର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ରଭାନୁ ବେହେରା ଓ ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗ ଦେଇଥିଲେ।ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ସର୍ବ ପ୍ରଥମେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ସମସ୍ତଙ୍କୁ ବକ୍ତବ୍ୟ ମାଧ୍ୟମରେ ବୁଝେଇଥିଲେ।ତାପରେ ସମସ୍ତେ ମିଶି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ବୃକ୍ଷ ରୋପଣ ପରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅଜିତ ବାରିକ,ଅଙ୍ଗନବାଡ଼ି କର୍ମୀ ଦିବାନି ରଣା, କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।

Post a Comment