କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ବିଶ୍ଵ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ


କଲମପୁର : (ଶରତ ଚନ୍ଦ୍ର ସୁନାନି) ବିଶ୍ଵ ରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି,ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନତା କରେଇବା ଉଦ୍ଧେଶ୍ୟରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାର ସୋମବାର ଦିନ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ଟର ଶିବାଶିଷ ସ୍ବାଇଁ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି ରଥ କଲମପୁର ବ୍ଲକ ର ସମସ୍ତ ଗ୍ରାମ ପରିକ୍ରମା କରିବ। ଏହା ସହ ଡାକ୍ତର ସମ୍ବିତ ମହାନ୍ତିଙ୍କ ଉପସ୍ଥିତିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ବିଶ୍ଵ ଜନସଂଖ୍ୟା ବୃଦ୍ଧି ଯେମିତି ଚାଲିଛି, ଏହା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଏହାର ନିୟନ୍ତ୍ରଣ ଦିଗରେ ସାମୁହିକ ଉଦ୍ୟମର ଆବଶ୍ୟକ ରହିଛି ବୋଲି ଡା. ମହାନ୍ତି ତାଙ୍କର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ ପରିଚାଳନା କରିଥିବା ବେଳେ କିଭଳି ଜନସଂଖ୍ୟା ନିୟନ୍ତ୍ରଣ କରାଯାଇ ପାରିବ, ପୁରୁଷ ବନ୍ଧ୍ୟା କରଣ କଣ, ମହିଳା ବନ୍ଧ୍ୟା କରଣ ସମେତ ଏହି ସବୁ ଯୋଜନାର ସରକାରଙ୍କ ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ସଚେତନତା କରାଇବା ଏହି ରଥ ପରିକ୍ରମା ଉଦ୍ଧେଶ୍ୟ ଅଟେ ବୋଲି ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଶିବାଶିଷ ସ୍ବାଇଁ ପ୍ରତିକ୍ରିୟା ରେ ପ୍ରକାଶ କହିଥିଲେ।ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଡାକ୍ତର,ଆଶାକର୍ମୀ ସମେତ ଜନସାଧାରଣ ଉପସ୍ଥିତ ଥିଲେ।

Post a Comment

Previous Post Next Post