କାଶୀବୋଣ୍ଡେଲ ଗାଁକୁ କେବେ ପହଞ୍ଚିବ ସରକାରୀ ଯୋଜନା: ଏବେବି ଝରଣା ପାଣି ଭରଷାରେ ଗ୍ରାମବାସୀ


ଭବାନୀପାଟଣା ୧୦/୦୭ (ଶ୍ୟାମସୁନ୍ଦର ମାଝୀ) ଦେଶ ସ୍ୱାଧୀନତାର ୬୭ବର୍ଷ ପରେବି ମୌଳିକ ସୁବିଧାରୁ ବଞ୍ଚିତ ରହିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କାଶୀବୋଣ୍ଡେଲ ଗାଁ। ଏହି ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନାଗମନ ଭଳି ଅନେକ ସମସ୍ୟା ଦେଖା ଯାଉଥିବା ବେଳେ ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଚିତ୍ର ଦେଖିବାକୁ ମିଳିଛି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡିମଡିମ ପିଟୁଥିବା ବେଳେ ପହଞ୍ଚି ପାରୁନି ସରକାର ଙ୍କ ମାଳମାଳ ଯୋଜନା । ଗରିବଙ୍କ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ ହେଉଛି ସତ କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ପହଞ୍ଚି ପରୁନି ଗରିବଙ୍କ ପାଖକୁ। ଏଠି ପ୍ରଶ୍ନ ଉଠୁଛି ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି କାହା ପାଇଁ ମାଳମାଳ ଯୋଜନା ସ୍ୱତେ ମଧ୍ୟ ଏବେବି ପହଞ୍ଚି ପାରୁନି ସରକାରଙ୍କ ମୌଳିକ ସୁବିଧା ଫଳରେ କାଶୀବୋଣ୍ଡେଲ ଗ୍ରାମବାସୀ ନାଇଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗାଁରେ ଦୀର୍ଘ ବର୍ଷ ଧରି ୧୦ ଘର ଆଦିମ ଜନଜାତି ବା କୋଟିଆ କନ୍ଦ ସମ୍ପ୍ରଦାୟ ଲୋକେ ବସବାସ କରିଆସୁଛନ୍ତି ହେଲେ ଏମାନଙ୍କ ପାଇଁ ମୌଳିକ ସୁବିଧା ସାତଶପନ ପାଲଟିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ନ କହିଲେ ଭଲ ଯେଉଁ ଗାଁର ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ମିଳୁନୁ ସେହିଠାରେ ଶିକ୍ଷା, ସ୍ୱାସ୍ଥ୍ୟ କଥା କିଏ ବା ପଚାରେ । ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ୩ କିଲୋମିଟର ହେଉଥିବା ବେଳେ ବ୍ଲକ କାର୍ଯ୍ୟାଳୟ ଠାରୁ ହାରାହାରି ୨୦କିଲୋମିଟର କିନ୍ତୁ ଏବେ ଯାଏଁ ପଞ୍ଚାୟତ ବା ବ୍ଲକ ପ୍ରଶାସନ ର ପଡୁନି ନଜର ଯାହାଫଳରେ ଖୋଲା ଆକାଶ ତଳେ ଥିବା ଝରଣା ପାଣି ଗୃହପାଳିତ ପଶୁ ଓ ବନ୍ୟା ପ୍ରାଣୀ ଚଳପ୍ରଚଳ କରୁଥିବା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ। ସୂଚନାଅନୁସାରେ ପାନୀୟ ଜଳ ପାଇଁ ବାରମ୍ବାର ଅଭିଯୋଗ କଲା ପରେ ଗୋଟିଏ ପାଣିକୁଆଁରେ ନଳକୂପ ଲଗା ଯାଇଥିଲା କିନ୍ତୁ କିଛି ଦିନ ପରେ ନଳକୂପ ଅଚଳ ହୋଇଗଲା । ନଳକୂପ ଅଚଳ ହୋଇ ହାରାହାରି ୮ ବର୍ଷ ହେଲାଣି ମରାମତି ହୋଇ ପାରୁନି ମରାମତି ପାଇଁ ବାରମ୍ବାର ଅଭିଯୋଗ କଲା ପରେବି କେହିଁ ଆସୁନହାନ୍ତି କି ମରାମତି ମଧ୍ୟ୍ୟ କରୁ ନାହାନ୍ତି । ଏବେ ନୂତନ ନଳକୂପ ଟିଏ ଖୋଲା ହୋଇଛି କିନ୍ତୁ ୩ ମାସ ବିତିଗଲାଣି ଏବେ ଯାଏଁ ନଳକୂପ ସମ୍ପୂର୍ଣ୍ଣ ହୋଇ ପାରିନି ଫଳରେ ଝରଣା ପାଣିକୁ ବାଧ୍ୟ୍ୟ ହୋଇ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଲାଞ୍ଜିଗଡ ବିଡ଼ିଓଙ୍କ ପୋଷ୍ୟ ପଞ୍ଚାୟତ ତ୍ରିଲୋଚନପୁର ବୋଲି କଳାହାଣ୍ଡି ସାରା ଚର୍ଚ୍ଚା ହେଉଥିବା ବେଳେ ସପ୍ତାହ କୁ ୨ ରୁ ୩ ଥର ପଞ୍ଚାୟତ ଗସ୍ତ କରି ବିଭିନ୍ନ ସମସ୍ୟା ଅନୁଧ୍ୟାନ କରନ୍ତି ହେଲେ ଏବେବି ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଚିତ୍ର ବିଡ଼ିଓଙ୍କ ନଜରରେ କେମିତି ପଡୁନି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ତ୍ରିଲୋଚନପୁର ପଞ୍ଚାୟତକୁ ବାରମ୍ବାର ଗସ୍ତ ପରେ ବି ବିଡ଼ିଓଙ୍କ ନଜର ନ ପଡିବାରୁ ଡ଼ଙ୍ଗରିଆ ଆଦିବାସୀ ପାଣି ବୁନ୍ଦାଏ ପାଇଁ ଛଟପଟ ହେଉଥିବା ବେଳେ କେମିତି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନକୁ ଶ୍ରେଷ୍ଠ ପ୍ରଶାସନ ଆୱାର୍ଡ ଦିଆ ଯାଇଛି ବୋଲି ଅଞ୍ଚଳରେ ଏବେ ବଡ଼ ପ୍ରଶ୍ନ ଉଠୁଛି। ତେବେ ଖବର ପ୍ରସାରଣ ପରେ କେବେ ବ୍ଲକ ଓ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉଛି ଓ ସମସ୍ୟାର ସମାଧାନ କରୁଛି ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post