ହିନ୍ଦୀ ଶିକ୍ଷୟିତ୍ରୀ ପାର୍ବତୀ ନାଗେଶ୍ୱରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ଭବାନୀପାଟଣା ୦୩/୭(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷୟିତ୍ରୀ ପାର୍ବତୀ ନାଗେଶ୍ୱର ନିଜ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ତାଙ୍କ ସମ୍ମାନର୍ଥେ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଅସୀମା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସରୋଜ କୁମାର ଭୋଇ, ସୁରେଶ ଚନ୍ଦ୍ର ବାଗ, ସୁଧାଂଶୁ ବାଗ, ହିମାଂଶୁ ଶେଖର ମିଶ୍ର, ଦୀପକ ରଞ୍ଜନ ପଣ୍ଡା ଓ ଟ୍ୱିଙ୍କଲ ଶତପଥି ସମେତ ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ବିଭିନ୍ନ ଉପହାର ଦେଇଥିବାବେଳ ବିଦ୍ୟାଳୟ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀମତୀ ନାଗେଶ୍ୱର ପଡୋଶୀ ନୂଆପଡା ଜିଲ୍ଲାରୁ ଆସି ଏହି ବିଦ୍ୟାଳୟରେ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟରତ ଥିଲେ । ଆଜି ଏହି ସମ୍ବର୍ଦ୍ଧନା ସଭା ଅବସରରେ ଆମେ ମିଷ୍ଟଭାସି ତଥା ଜଣେ ଆଦର୍ଶଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଉଛୁ ବୋଲି ତାଙ୍କ ସହକର୍ମୀ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Post a Comment

Previous Post Next Post