ବାଲେଶ୍ବର,୩/୭ (ଜଗନ୍ନାଥ ଗୋଛାୟତ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୬୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶିଳ୍ପାଞ୍ଚଳ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମଓଡ଼ିଶା ମିଳିତ ସହଯୋଗରେ ଆଞ୍ଚଳିକକାର୍ଯ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଥିଲା। ପରମାନନ୍ଦ ଦେଓ ବିଶ୍ବସୁନ୍ଦର ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ କ୍ଷେତ୍ରୀୟ ପ୍ରବନ୍ଧକ ଯଶବନ୍ତ ଦାଶ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ(ଅପରେସନ୍) ଅଜିତ କୁମାର ତ୍ରିପାଠୀ , ମୁଖ୍ୟ ପ୍ରବନ୍ଧକ(କ୍ରେଡିଟ୍) ଜ୍ୟୋତି ଶଙ୍କର ମିଶ୍ର, ମୁଖ୍ୟ ପ୍ରବନ୍ଧକ(ଏସ୍ ଏଣ୍ଡ ବିଡି) ସନ୍ତୋଷ କୁମାର ଦାସ, ମାନବସମ୍ବଳ ଅଧିକାରୀ ସବ୍ୟସାଚୀ ମହାପାତ୍ର ଓ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରୁ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବାଲେଶ୍ବର ଶାଖର ପ୍ରବନ୍ଧକ ଶୁଭେନ୍ଦୁ ପଣ୍ଡା, ଶିଳ୍ପାଞ୍ଚଳ ମୁଖ୍ୟ ପ୍ରବନ୍ଧକ ସଂଜୟ ଦାସ, ମୋତିଗଞ୍ଜ ଶାଖାର ମୁଖ୍ୟ ପ୍ରବନ୍ଧକ କୃଷ୍ଣଚନ୍ଦ୍ର ସାହୁ, ଅଶୋକ କୁମାର ଦାସ, ଦିଗ୍ବିଜୟ ପଣ୍ଡା, ମାନସ କୁମାର ମହାପାତ୍ର, ଗୁରୁପ୍ରସାଦ ଜେନା, ଅଭୟ କୁମାର ଜେନା, ପଦ୍ମଲୋଚନ ନନ୍ଦୀ, ନବକିଶୋର ମଲ୍ଲିକ, ଶଶିଶେଖର ମହାପାତ୍ର, ରାଜେଶ ବେହେରା, ସବ୍ୟସାଚୀ ରାଉତ, ନିରୋଜ କୁମାର ପାଣିଗ୍ରାହୀ, ପ୍ରଫୁଲ ପଣ୍ଡା, ରାଜେନ୍ଦ୍ର ସାହାଣୀ, ନରେନ୍ଦ୍ର ବେହେରା, ଜିତୁ ମୂଖୀ ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ।

Post a Comment