ସମାନ ନାଗରିକ ସଂହିତା ଉପରେ ଆଲୋଚନା ଚକ୍ର


ଜଳେଶ୍ୱର,-୨୦/୭(ଜଗନ୍ନାଥ ଗୋଛାୟତ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ତେଘରି ଠାରେ ଥିବା ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବାସ ସାମାଜିକ ସଂଗଠନ ଆନୁକୂଲ୍ୟରେ ସମାନ ନାଗରିକ ସଂହିତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା ଯୋଗ ଦେଇ ସମାନ ନାଗରିକ ସଂହିତା ଉପରେ ଭାରତ ସରକାରଙ୍କ ଲ' କମିଶନ ମତାମତ ଲୋଡ଼ିଥିବା ବିଷୟବସ୍ତୁ ବାବଦରେ ଆଲୋଚନା କରିଥିଲେ।ଉକ୍ତ ଆଲୋଚନା ଚକ୍ରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଭାକର ବଲ୍ଲଭ ଗୋସ୍ୱାମୀ, ରାମ ଶଙ୍କର ଦାସ, ସୁଶାନ୍ତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କିଭଳି ସ୍ଵାଧୀନତା ପରଠାରୁ ବିଭିନ୍ନ ସମୟରେ ସରକାରୀ ଏବଂ ନ୍ୟାୟପାଳିକା ସ୍ତରରେ ସମାନ ନାଗରିକ ସଂହିତା ଉପରେ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଅଛି ବୋଲି ବହୁବାର ଆଲୋଚନା ହୋଇଆସିଛି । ଏହି ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ଯେତେ ଆଲୋଚନା ବା ପର୍ଯ୍ୟାଲୋଚନ ହେବ ଏଥିରୁ ସେତେ ସକରାତ୍ମକ ବାର୍ତ୍ତା ଉନ୍ମୋଚନ ହେବ । ଆଜିର ଯୁବପିଢୀ ଏହି ଦେଶର ଭବିଷ୍ୟତ । ଦେଶ ଆଉ ସରକାର ଗଢ଼ିବାରେ ଏମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ସେମାନେ ଭୁଲ ଠିକ୍ ବିଚାର କରି ସେମାନଙ୍କ ମତାମତ ଦେବା ଦରକାର । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଦେଶର ସମ୍ବିଧାନକୁ ବୁଝିବା ସହିତ ସମ୍ବିଧାନ ଦ୍ଵାରା ଦିଆଯାଇଥିବା ୬ଗୋଟି ମୌଳିକ ଅଧିକାର ଯାହା ଦେଶ ଭିତରେ ଏକତା ପାଇଁ ବିଶେଷ କରି ଲିଙ୍ଗ ଭେଦ ତାରତମ୍ୟକୁ ଦୂର କରିବା ପାଇଁ ସମାନ ନାଗରିକ ସଂହିତା ନିହାତି ଅପରିହାର୍ଯ୍ୟ ବୋଲି ମୁଖ୍ୟ ବକ୍ତା ରୂପେ ବିଶ୍ବାସ"ର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପରିଡ଼ା ଯୋଗଦେଇ ମତବ୍ୟକ୍ତ ରଖିଥିଲେ । ଗୋଟିଏ ଦେଶ ଗୋଟିଏ ଆଇନ ହେଲେ ନିଶ୍ଚିତ ଭାବେ ଦେଶ ଆହୁରି ସୁଦୃଢ଼ ହେବ ଏବଂ ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏକ ବୋଲି ଅନୁଭବ କରିପାରିବା । ସମସ୍ତଙ୍କର ନ୍ୟାୟିକ ବ୍ୟବସ୍ଥା ସୁଦୃଢ଼ ହୋଇପାଇବା । ଏଥିରେ ଉଭୟ ନ୍ୟାୟପାଳିକା ଏବଂ ସରକାର ଅସହାୟ ମନେକରିବେ ନାହିଁ । ଭିନ୍ନ ଭିନ୍ନ ଧର୍ମକୁ ନେଇ ଆଇନ ଗଠିତ ହୋଇଥିବା ଆଇନକୁ ରଦ୍ଧ କରି ଗୋଟିଏ ଆଇନ ଗୋଟିଏ ଦେଶରେ ପ୍ରଚଳିତ କରିବାର ସମୟ ଆସିଛି ବୋଲି ମତ ରଖିଥିଲେ ଶ୍ରୀ ପରିଡା ମତ ରଖିଥିଲେ।ଏହି ଆଲୋଚନା ଚକ୍ରରେ ଅନୁଷ୍ଠାନର ଯୁକ୍ତ ଦୁଇ କଳା ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।

Post a Comment

Previous Post Next Post