ବାଲେଶ୍ୱର ସଦର ପ୍ରକଳ୍ପ ଅଙ୍ଗନୱାଡ଼ି କର୍ମୀଙ୍କୁ ଶୋଷଣ ବିରୋଧରେ ଆସନ୍ତା ୨୫ତାରିଖରୁ ଦିବାରାତ୍ର ଧାରଣା


ବାଲେଶ୍ୱର,୧୭/୭ (ଲକ୍ଷ୍ମୀଧର ବାରିକ): ବାଲେଶ୍ୱର ସଦର ପ୍ରକଳ୍ପର ଅଙ୍ଗନୱାଡ଼ି କର୍ମୀଙ୍କୁ ଶୋଷଣ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଯୋଗୁଁ ଚଳିତ ମାସ ୨୫ ତାରିଖରୁ ନିଖିଳ ଓଡ଼ିଶା ଅଙ୍ଗାନୱାଡ଼ି କର୍ମୀ ସଂଘର ସଦର ପ୍ରକଳ୍ପରେ କାର୍ଯ୍ୟରତ କର୍ମୀମାନେ ଆଗାମୀ ୨୫ ତାରିଖରୁ ଦିବାରାତ୍ର ଧାରଣା ଦେବାପାଇଁ ନିଷ୍ପତି ନେଇଛନ୍ତି । ଏ ମର୍ମରେ ଆଜି ସମନ୍ୱିତ ଶିଶୁବିକାଶ ଯୋଜନା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକୀପତ୍ର ପ୍ରଦାନ କରାଯାଇଛି । ସଦର ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ମିଳିତ ଯୁଗ୍ମ ଜମାଖାତାରୁ ଖେଳନା, ମେଡିସିନ କୀଟ୍‌, ସ୍ୱେଟର୍‌, ଜୋତା, ପୋଷାକ, ମଉଜା, କଂଟିଜେନ୍ସି ବାବଦକୁ ଅର୍ଥ ପ୍ରଦାନ କରି ଉକ୍ତ ଆକାଉଂଟରୁ ଟଙ୍କା ଉଠାଣ କରି ଫେରସ୍ତ କରିବା ଫଳରେ । କେନ୍ଦ୍ର ଯାଂଚ କମିଟି, ମାତୃକମିଟି, ସରପଂଚ, ୱାର୍ଡ଼ ସଭ୍ୟ ଓ ହିତାଧିକାରୀମାନଙ୍କୁ କୈଫିୟତ୍ ଦେବାକୁ ପଡ଼ୁଛି । ଉକ୍ତ ଅର୍ଥରାଶି ଫେରସ୍ତ ନେଇ ନିମ୍ନମାନର ଜିନିଷ ପ୍ରଦାନ କରାଯାଉଛି । ଯଦ୍ୱାରା କର୍ମୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ୍ନ ହେଉଛନ୍ତି । ସଂଘ ପ୍ରତିବାଦ କରିବାରୁ ସମନ୍ୱିତ ଶିଶୁବିକାଶ ଯୋଜନା ଅଧିକାରୀ କେନ୍ଦ୍ର ପରିଦର୍ଶନ କରି ଦୀର୍ଘଦିନ ଧରି କେନ୍ଦ୍ର ସୁପରିଚାଳନା ହୋଇ ଆସୁଥିବାବେଳେ ଆକ୍ରୋଶକୂମଳ ଭାବେ ଅଧିକାରୀ ଜଣକ ଖାତାରେ ନକାରାତ୍ମକ ନିର୍ଦ୍ଦେଶ ଦେଉଛନ୍ତି । ଏପରିକି ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ବିଗତ ଦିନରେ ଅଫିସକୁ ମମତା ଏବଂ ଅନ୍ୟାନ୍ୟ ବୌଠକ ଡାକି ବୈଠକ ବାବଦକୁ ଇ.ଏ ଏବଂ ଡି.ଏ ଦେବାର ସରକାରୀ ନିର୍ଦ୍ଦେଶନାମା ଥିବାସତ୍ୱେ ଦସ୍ତଖତ କରାଇନେଇ ଅଦ୍ୟାବଧି ପ୍ରାପ୍ୟ ଦେଉ ନାହାଁନ୍ତି । ଇସିସି ଟ୍ରେନିଂ ଏବଂ ମୋବାଇଲର ନୂତନ ଆପ୍ ବାବଦକୁ କୌଣସି ପ୍ରଶିକ୍ଷଣ ଏବଂ ପ୍ରଶିକ୍ଷଣ ବାବଦକୁ ଅର୍ଥ ପ୍ରଦାନ କରଯାଇ ନାହିଁ । ଯଦ୍ଦ୍ୱାରା କର୍ମୀମାନେ ପୋଷଣ ଟ୍ରାକ୍ ସମ୍ପର୍କରେ କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଭାବେ ଜ୍ଞାନ ହାସଲ କରିପାରୁ ନାହାଁନ୍ତି । ପୋଷଣ ପଖୱାଡ଼ା କାର୍ଯ୍ୟକ୍ରମ ସରକାରଙ୍କ ଅନୁଦାନ ଆସୁଥିବାବେଳେ କର୍ମୀଙ୍କୁ ଘରୁ ପିଠାପଣା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ଅଧିକାରୀ ଜଣକ ବାଧ୍ୟ କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏ ବବାଦକୁ କୌଣସି ଖର୍ଚ୍ଚ ମଧ୍ୟ ର୍କମୀମାନଙ୍କୁ ଦିଆଯାଉଥନାହିଁ । ସେହିପରି କୁନି କ୍ୟାଲେଣ୍ଡର ବବାଦକୁ ସରକାରଙ୍କଠାରୁ ୫୦୦ ଟଙ୍କା ମିଳୁଥିବାବେଳେ କର୍ମୀମାନେ ଅଧିକ ଅର୍ଥ ଦେଇ ଏହା ନେବାକୁ ବାଧ୍ୟ ହେଉଛନ୍ତି । ଏପରିକି ନିଜେ ପ୍ରିଂଟ କରିବାରୁ କ୍ୟାଲେଣ୍ଡର ପିଛା ୨ଟଙ୍କା୫୦ ପଇସା କରୁଥିବାବେଳେ ବିଭାଗୀୟ ଅଧିକାରୀ ୪ଟଙ୍କା ହିସାବରେ ନେଇଛନ୍ତି । ଟିଏଚଆର ଖାତା ବାବଦରେ ୧୦୦ଟଙ୍କା ମିଳୁଥିବାବେଳେ ଅଧିକାରୀ ଜଣକ ୧୨୦ଟଙ୍କା ଦେଇଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଭିନ୍ନ ଦେୟ ଅଙ୍ଗନୱାଡ଼ି କର୍ମୀଙ୍କ ଯୁଗ୍ମ ପାସ୍‌ବହିକୁ ମେଡିସିନ୍ କୀଟ୍‌, ଖେଳଣା, ଡ୍ରେସ୍‌, ସ୍ୱେଟର୍ ବାବଦକୁ ଅର୍ଥ ପ୍ରଦାନ କରି ଉକ୍ତ ଟଙ୍କା କର୍ମୀଙ୍କଠାରୁ ଆଦାୟ କରି ଠିକାଦାରଙ୍କ ମାଧ୍ୟମରେ ନିମ୍ନମାନର ଜିନିଷ କର୍ମୀଙ୍କୁ ପ୍ରଦାନ କରାଯାଉଛି । ପ୍ରତିବାଦ କଲେ ଆକ୍ରୋଶମୂଳକ ଭାବେ ନିର୍ଯ୍ୟାତନା ଦିଆଯାଉଛି । ଏ ସମ୍ପର୍କରେ କୌଣସି କର୍ମୀ ପ୍ରଦିବାଦ କଲେ ବିଭାଗୀୟ ଅଧିକାରୀ କେନ୍ଦ୍ର ପରିଦର୍ଶନ କରି କର୍ମୀମାନଙ୍କୁ ଚାକିରିରୁ ବହିଷ୍କାର କରିବେ ବୋଲି ଅଧିକାରୀ ଜଣକ ଧମକ ଦେଉଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୧୯୯୬ ମସିହାଠାରୁ ସଦର ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହି ଅଧିକାରୀଜଣକ ଯୋଗଦେବା ପରଠାରୁ ଏଭଳି ଆର୍ଥିକ ଦୁନୀତି ଓ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ୨୫ ତାରିଖ ଠାରୁ ଧାରଣା ଦିଆଯିବ ବୋଲି ବ୍ଲକ୍ ସଭାପତି ନୀଳିମା ଜେନା ଓ ବ୍ଲକ୍ ସମ୍ପାଦିକା ପ୍ରତିଭା ପାଲ ଦର୍ଶାଇଛନ୍ତି । ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ,ସଦର ଓ ରେମୁଣା ବିଧାୟକଙ୍କୁ ଅବଗତ କରାଯାଇଛି ।

Post a Comment

Previous Post Next Post