ପୂର୍ବତନ ସରପଞ୍ଚଙ୍କ ଦେହହାନ୍ତ

ବାଲେଶ୍ଵର,୧୭/୭ (ଲକ୍ଷ୍ମୀଧର ବାରିକ) ରେମୁଣା ବ୍ଲକ ଅଧିନସ୍ଥ ଶେରଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେନ୍ଦ୍ର ସ ଙ୍କର ସୋମବାର ୧୭ତାରିଖରେ ନିଜ ପୈତୃକ ବାସ ଭବନରେ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ପ୍ରକାଶ ଥାଉକି ସେ ବହୁଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଥିଲେ ସୋମବାର ଭୋର୍ ୫ଟା ରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଭାରତୀୟ ସ୍ଥଳ ସେନରେ ସେବା ନିବୃତ ସୁବେଦାର୍ ମେଜରରୁ ଅବସର ନେଇ ସମାଜସେବାକୁ ବ୍ରତ ରୂପେ ଗ୍ରହଣ କରିଥିଲେ । ସେ ୨୦୧୨ ରୁ ୨୦୧୭ ଶେରଗଡ଼ ଗ୍ରାମ ପଞ୍ଚୟତର ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ । ସେ ବିଜେଡି ଦଳର ଜଣେ ଆଗ ଧାଡ଼ିର କର୍ମୀ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ପୂର୍ବତନ ପ୍ରତିରକ୍ଷା କର୍ମଚାରୀ ସଂଘର କର୍ମ କର୍ତମାନେ ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିବା ସଙ୍ଗେ ସଙ୍ଗେ ପୁଷ୍ପମାଲ୍ୟ ଓ ଜାତୀୟ ପତାକା ତାଙ୍କ ମର ଶରୀରରେ ଅର୍ପଣ କରିଥିଲେ । ତାଙ୍କ ଶେଷ ଦର୍ଶନ କରିବା ପାଇଁ ରେମୁଣାର ମାନ୍ୟବର ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା , ଶେରଗଡ଼ ପଞ୍ଚାୟତର ସରପଞ୍ଚ ଦୟାନିଧି ମହାପାତ୍ର ଓ ସମସ୍ତ ପଞ୍ଚାୟତ ପ୍ରତିନିଧି ୩୭ ନମ୍ୱର ଜିଲ୍ଲା ପରିଷଦ ସଭ୍ୟା କଲ୍ୟାଣୀ ବାରିକ, ପୂର୍ବତନ ସରପଂଚ ଓ ବରିଷ୍ଠ ସାମ୍ବାଦିକ ରବି ରାଉତ ,ରବୀନ୍ଦ୍ର ମହାକୁଡ ଓ ସମାଜ ସେବୀ ସ୍ତିତିଧର ସେନାପତି , ରାମଚନ୍ଦ୍ର ଦାସ, ମାନସ ଦାସ, ପ୍ରଭାତ ନାୟକ ସହ ବହୁତ୍ ବିଶିଷ୍ଟ ଜ୍ଞାନୀ ଗୁଣୀ ସମାଜ ସେବୀ ତାଙ୍କୁ ଶେଷ ଦର୍ଶନ କରି ଥିଲେ । ତାଙ୍କର ମୃତ୍ୟୁ ରେ ଶେରଗଡ଼ ପଞ୍ଚାୟତ ଓ ଆଖ ପାଖ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି ।

Post a Comment

Previous Post Next Post