ଜଳେଶ୍ୱର ପୈାରାଂଚଳ ପାଇଁ ଷ୍ଟ୍ରମ ୱାଟର ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ


ଜଳେଶ୍ୱର, ୦୪।୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସହରର ବିଭିନ୍ନ ଅସୁବିଧା ମଧ୍ୟରୁ ବର୍ଷାଜଳ ନିଷ୍କାସନ ଏକ ପ୍ରମୁଖ ଅସୁବିଧା ହୋଇ ସବୁଦିନ ରହିଆସିଛି । ତେବେ ବହୁଦିନର ଦାବୀ ଫଳରେ ଏବେ ଜଳେଶ୍ୱର ବାସୀଙ୍କ ପାଇଁ ଷ୍ଟ୍ରମ ୱାଟର ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି ବୋଲି ଜଳେଶ୍ୱର ପୈାରପରିଷଦ ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏଥିପାଇଁ ଏକ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ଆସନ୍ତା ୩ମାସ ମଧ୍ୟରେ ଏହି ଡିପିଆର କାର୍ଯ୍ୟ ସମାପ୍ତ ହୋଇ ରାଜ୍ୟ ସରକାରଙ୍କ ମଂଜୁରୀ ପ୍ରାପ୍ତ ନିମନ୍ତେ ଉପସ୍ଥାପନ କରାଯିବ । ଡିପିଆର ପ୍ରସ୍ତୁତି ପାଇଁ ଆସିଥିବା ଏଜେନ୍ସିର କର୍ମକର୍ତାମାନେ ଜନ ପ୍ରତିନିଧି ତଥା ପୈାରାଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜଳେଶ୍ୱର ବାସୀଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି । ପୈାରାଧ୍ୟକ୍ଷ ମଧ୍ୟ ଏହି କାର୍ଯ୍ୟର ସଫଳତା ପାଇଁ ଖୁବ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି ।

Post a Comment

Previous Post Next Post