ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମାଠାରୁ ସୀମାନ୍ତ ଛତିଶଗଡ଼ ରାଜ୍ୟ କୁ ଯୋଗାଯୋଗ କରୁଥିବା କେନ୍ଦୁମୁଣ୍ଡା ଦେଇ ଯାଉଥିବା ଛତିଶଗଡ଼ ରାସ୍ତା ନିର୍ମାଣ ର ୬ ମାସ ନ ପୂରୁଣୁ ରାସ୍ତା ରେ ବିରାଟ ଫାଟ ହୋଇଛି ।ଫଳରେ ରାସ୍ତା ର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରାସ୍ତା ଅତି ମନ୍ଥର ଗତି ରେ ହୋଇଥିଲା। ସେତେବେଳେ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କ ଦାୟିତ୍ୱହିନ ଓ ଖାମଖିଆଲି ମନୋଭାବ ଯୋଗୁଁ ଠିକାଦାର ନିଜ ଇଚ୍ଛାରେ କାର୍ଯ୍ୟ କରିଥଲା ସେତେବେଳେ ଅଞ୍ଚଳ ର ଜନସାଧାରଣ ସ୍ଥାୟୀତ୍ବ ନେଇ ଅଭିଯୋଗ କରିଥିଲେ ହେଲେ କେହି କର୍ଣ୍ଣପାତ କରିନଥିବା ଲୋକେ ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମା ବର୍ଷା ଫଳରେ ଧିଙ୍ଗିମୁଣ୍ଡା ରାସ୍ତା ନିକଟ ରେ ଫାଟ ହେବା ସହ ଧୋଇଯିବା ର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ସିନାପାଲି ବ୍ଲକ ର ଜନସାଧାରଣ ଛତିଶଗଡ଼ ରାଜ୍ୟର ଗୋହେରାପଦର ଦେଇ ସିଧାସଳଖ ରାୟପୁର ସହର କୁ ଯିବା ଆସିବା କରିଥାଆନ୍ତି। ଏପରିକି ଅଞ୍ଚଳର ଜନସାଧାରଣ, ସ୍କୁଲ ଛାତ୍ର ଛାତ୍ରୀ,ବ୍ୟବସାୟୀ,ସମେତ ଅନେକ କାର୍ଯ୍ୟ ପାଇଁ କେନ୍ଦୁମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମେତ ବ୍ୟାଙ୍କ କାର୍ଯ୍ଯ ରେ ଆସିଥାନ୍ତି। ଏଭଳି ମୁଖ୍ୟ ରାସ୍ତା କାମରେ ଅନେକ ଅବ୍ୟବସ୍ଥା ଦେଇ କାର୍ଯ୍ୟ କରାଯାଉଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ କୋହଳ ମନୋଭାବ ଯୋଗୁଁ ଠିକାଦାର ନିଜ ମର୍ଜି ରେ କାମ କରିଥିବା ଯୋଗୁଁ ଏଭଳି ଫାଟ ହୋଇଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ଫଳରେ ଅଞ୍ଚଳର ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ରାସ୍ତା କାମ ପାଇଁ ଖଡିଆଳ (ଆର ଏଣ୍ଡ ବି) ପୂର୍ତ୍ତ ବିଭାଗ ଅଧିନରେ ଏହି କାର୍ଯ୍ୟ କରାଯାଉଛି। ଏଥିପାଇଁ ଖଡିଆଳ ସହରର ଆର.ଏସ ଇନ୍ ଫ୍ରା ଷ୍ଟ୍ରକଚର ନାମକ ଠିକା ସଂସ୍ଥା ସହିତ ୧୪ କିଲୋମିଟର ୮୧୦ ମିଟର ପାଇଁ ଗତ ୧୧/୨ ୨୦୨୦ ମସିହାରେ ଚୁକ୍ତି ନାମା କରାଯାଇଛି। ଏଥି ପାଇଁ ୨୨ କୋଟି ୪ ଲକ୍ଷ ୨୩ ହଜାର ୯୭୩ ବ୍ୟୟ ଅଟକଳ କରାଯାଇଛି। ସେଥି ମଧ୍ୟରୁ ଚୁକ୍ତି ନାମା ବ୍ୟୟ ଅଟକଳ ୧୮ କୋଟି ୭୩ ଲକ୍ଷ ୮୨ ହଜାର ୪୧୯ ଟଙ୍କା ରହିଛି। ଏଥି ପାଇଁ ୧୨/୮/୨୦୨୦ ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇ ଗତ ୧୧/୬/୨୦୨୧ ମସିହାରେ କାର୍ଯ୍ୟ ଶେଷ ହେବା ପାଇଁ ଚୁକ୍ତି ନାମା ରହିଥିଲା ହେଲେ ଏହି କାମ ୨୦୨୨ ଶେଷ ବେଳକୁ ସମ୍ପୂର୍ଣ୍ଣ ହୋଇଛି। ଏପରିକି ରାସ୍ତା ଗାର୍ଡ଼ୱାଲ କାମ କିଛି ଦିନ ହେବ ସରିଛି। ଏହି ରାସ୍ତା ର ମରାମତି କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ବର୍ତମାନ ବର୍ଷା ଋତୁ ସମୟରେ ଏହି ରାସ୍ତା ଧୋଇ ଯିବା ର ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ମରାମତି କରିବାକୁ ବିଦ୍ୟାଧର ହଂସ, କେଶବ ଭଇଁଶାଲ, ଭୁବନେଶ୍ୱର ନାଏକ, ଭୁଜ ହଂସ, ବିନୋଦ ହଂସ ସମେତ ଅନେକ ଦାବୀ କରିଛନ୍ତି। ଏ ସମ୍ପର୍କ ରେ ଖଡିଆଳ ପୂର୍ତ୍ତବିଭାଗ ନିରୀକ୍ଷଣ ଅଧିକ୍ଷକ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଙ୍କ ମୋବାଇଲ ନମ୍ବର ୯୧୭୮୩୧୪୫୦୨ ରେ ଯୋଗାଯୋଗ କରିଥିଲେ ହେଲେ ସମ୍ଭବ ହୋଇ ପାରି ନାହିଁ।

Post a Comment