ଅବସରକାଳୀନ ସଭା


ରାଇବଣିଆ (ଆଲୋକ ଚନ୍ଦ୍ର ଘଡେ଼ଇ) ଜଳେଶ୍ୱର ପୌରପରିଷଦର ନହଞ୍ଜରା ସ୍ଥିତ ଗୟାସୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସହକାରୀ ପ୍ରଧାନଶିକ୍ଷୟତ୍ରୀ ଆରତୀବାଳା କରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି । ଏହି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସଭାରେ ସଭାପତିତ୍ୱ କରିଥିଲେ ପରିଚାଳନା କମିଟିର ସଭାପତି ମାନସ କୁମାର ଦାସ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ, ଅଜୟ କୁମାର ଜେନା, ସିଆରସିସି ମାଖନଲାଲ ବେରା ମଧ୍ୟ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ପୂର୍ଣ୍ଣିମା ମହାପାତ୍ର, ପ୍ରଜ୍ଞାରାଣୀ ଜେନା, ରାସମଣି ଜେନା ସହଯୋଗ କରିଥିବାବେଳେ ମାନପତ୍ର ପଠନ କରିଥିଲେ ସହକାରୀଶିକ୍ଷୟତ୍ରୀ ସୁଳିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମେରୀ ହେମ୍ବ୍ରମ ।

Post a Comment

Previous Post Next Post